ରାଜ୍ୟରେ ରେକର୍ଡ : ଦିନକରେ ଗଲା ୩୨ ଜୀବନ

ଭୁବନେଶ୍ୱର: ମହାମାରୀ କରୋନାରେ ସଂକମଣ ଆଜି ସାମାନ୍ୟ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଦିନକରେ ରାଜ୍ୟରେ ସର୍ବକାଳୀନ ରେକର୍ଡ ୩୨ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୮୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନୁଗୁଳରୁ ୮୫୯ ଜଣ, ବାଲେଶ୍ୱରରୁ ୪୦୦ଜଣ, ବରଗଡରୁ ୩୬୭ ଜଣ, ଭଦ୍ରକରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ ଜଣ, ବୌଦ୍ଧରୁ ୨୬୧ ଜଣ, କଟକରୁ ୧୧୩୩ ଜଣ, ଦେବଗଡରୁ ୧୦୩ ଜଣ, ଢେଙ୍କାନାଳରୁ ୩୫୧ ଜଣ, ଗଜପତିରୁ ୬୭ ଜଣ, ଗଞ୍ଜାମରୁ ୧୫୫ଜଣ, ଜଗତସିଂହପୁରରୁ ୩୩୦ ଜଣ, ଯାଜପୁରରୁ ୫୬୪ ଜଣ, ଝାରସୁଗୁଡାରୁ ୨୨୮ ଜଣ, କଳାହାଣ୍ଡିରୁ ୪୦୭, କନ୍ଧମାଳରୁ ୧୦୩ ଜଣ, କେନ୍ଦ୍ରାପଡାରୁ ୩୦୯ ଜଣ, କେଉଁଝରରୁ ୨୦୦ଜଣ, ଖୋର୍ଦ୍ଧାରୁ ୧୦୧୦ଜଣ, କୋରାପୁଟରୁ ୧୭୫ ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୬୬୨ଜଣ, ନବରଙ୍ଗପୁରରୁ ୩୨୨ଜଣ, ନୟାଗଡରୁ ୨୪୬ଜଣ, ନୂଆପଡାରୁ ୪୪ଜଣ, ପୁରୀରୁ ୪୩୦ଜଣ, ରାୟଗଡାରୁ ୧୭୭ଜଣ, ସମ୍ବଲପୁରରୁ ୩୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହପରି ସୋନପୁରରୁ ୨୦୪ଜଣ, ସୁନ୍ଦରଗଡରୁ ୭୨୯ଜଣ, (ପୃଷ୍ଠା-୮)

Leave A Reply

Your email address will not be published.

six + 3 =