ରାଜ୍ୟରେ ଶୀର୍ଷରେ ପହଞ୍ଚି ଗଲାଣି ସଂକ୍ରମଣ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟଲହର ସଂକ୍ରମଣ ରାଜ୍ୟରେ ଶିର୍ଷରେ ପହଞ୍ଚି ସାରିଲାଣି । ଏବଂ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି ବୋଲି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା ।
ସେ ଆହୁରି ବି କହିଛନ୍ତି ଯେ ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ । ଡବ୍ଲୁଏଚ୍‌ଓ ଅନୁଯାୟୀ ପଜିଟିଭ୍ ରେଟ୍ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବା ପାଇଁ କୁହାଯାଇଛି । ରାଜ୍ୟରେ ଲକ୍‌ଡାଉନ୍ ଠିକ୍ ସମୟରେ ହୋଇଥିବାରୁ ଟିପିକାଲ୍ ପିକ୍ କଲାନାହିଁ । ଏହା ପ୍ଲାଟ୍ୟୁ ଷ୍ଟେଜ୍‌ରେ ରହିଲା ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୭,୧୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ସେହିପରି ୩୫ଜଣଙ୍କର ଆଜି ମୃତ୍ୟୁ ଘଟିିଛି ।
ଆଜି ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩ ଜଣ, ବରଗଡରୁ ୨୭୧ ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରରୁ ୯୩ ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ ଜଣ, ଗଞ୍ଜାମରୁ ୧୬୩ଜଣ, ଜଗତସିଂହପୁରରୁ ୧୫୪ ଜଣ, ଯାଜପୁରରୁ ୪୦୬ଜଣ, ଝାରସୁଗୁଡାରୁ ୧୧୪ଜଣ, କଳାହାଣ୍ଡିରୁ ୧୭୭ଜଣ, କନ୍ଧମାଳରୁ ୫୪ଜଣ, କେନ୍ଦ୍ରାପଡାରୁ ୭୫ଜଣ, କେଉଁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୧୧୩୪ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୯୨ଜଣ, ମୟୁରଞ୍ଜରୁ ୩୨୦ଜଣ, ନବରଙ୍ଗପୁରରୁ ୨୧୬ଜଣ, ନୟାଗଡରୁ ୨୪୨ଜଣ, ନୂଆପଡାରୁ ୬୨ଜଣ, ପୁରୀରୁ ୪୫୭ଜଣ, ରାୟଗଡାରୁ ୧୬୫ଜଣ, ସମ୍ବଲପୁରରୁ ୧୨୦ଜଣ, ସୋନପୁରରୁ ୧୨୯ଜଣ, ସୁନ୍ଦରଗଡରୁ ୧୭୨ ଓ ଷ୍ଟେଟପୁଲରୁ ୨୩୭ କରୋନା ପଜିଟିିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୪୭,୧୪୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬,୪୭,୧୩୩ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୯୭,୨୭୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ବୃଦ୍ଧି ପାଉଛି କରୋନା ଜନିତ ମୃତ୍ୟୁ । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ କରୋନା ସଂକ୍ରମିତ ଆଖି ବୁୁଜିଛନ୍ତି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଓ ଜଣେ ଶିଶୁ ମଧ୍ୟ ରହିଛନ୍ତି । ୩୫ ମୃତକଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫,କଳାହାଣ୍ଡି ଓ ରାୟଗଡାରୁ ୪ ଲେଖାଁଏ, ଖୋର୍ଦ୍ଧା, ସୁନ୍ଦରଗଡ, ନବରଙ୍ଗପୁର ଓ ଝାରସୁଗୁଡାର ୩ଲେଖାଁଏ ପ୍ରାଣ ହରାଇଛନ୍ତି ।
ସେହିପରି ବୌଦ୍ଧ, ଜଗତସିଂହପୁର ଓ କୋରାପୁଟରୁ ୨ଲେଖାଁଏ, କଟକ, ମାଲକାନଗିରି, ସମ୍ବଲପୁର ଓ ସୋନପୁରରୁ ଜଣେ ଲେଖାଁଏ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାସହ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୬୮୬ରେ ପହଞ୍ଚିଛି ।

Leave A Reply

Your email address will not be published.

1 × four =