ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ ୪୮୮୫ ରହିଛନ୍ତି । ସେହିପରି ଦୈନିକ ମୃତକଙ୍କ ସଂଖ୍ୟା ମଧ୍ୟ କମିବାର ନାଁ ଧରୁନି । ଆଜି ୨୧ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଧୀନ ଅବସ୍ତାରେ ମୃତ୍ୟୁ ଘଟିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ସୁନ୍ଦରଗଡରୁ ୯୮୩, କଟକ ଜିଲ୍ଲାରୁ ୮୬୭, ଅନୁଗୁଳରୁ ୫୫୨, ବାଲେଶ୍ୱର ୪୦୮, ବରଗଡରୁ ୩୩୯, ଭଦ୍ରକ ୪୩୧, ବୌଦ୍ଧ ୨୧୩, ଦେବଗଡ ୧୦୭, ଢେଙ୍କାନାଳ ୧୬୨, ଗଜପତି ୮୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୦୨, ଯାଜପୁର ୩୭୮, ଝାରସୁଗୁଡା ୩୦୭, କଳାହାଣ୍ଡି ୨୯୯, କନ୍ଧମାଳ ୮୮, କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟ ୨୮୦, ମାଲକାନଗିରି ୧୦୨, ମୟୁରଭଞ୍ଜ ୫୦୭, ନବରଙ୍ଗପୁର ୩୫୧, ନୟାଗଡରୁ ୨୭୭, ନୂଆପଡା ୨୩୨, ପୁରୀ ୩୫୬, ରାୟଗଡା ୧୭୦, ସମ୍ବଲପୁର ୫୪୭, ସୋନପୁର ୨୫୨ ଏବଂ ଷ୍ଟେଟ୍ ପୁଲରୁ ୨୪୨ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୧୦୫୮୩୮୬ ନମୁନା ପରୀକ୍ଷା କରାଯାଇସାରିଥିବା ବେଳେ ସେଥିମଧ୍ୟରୁ ୬୪୪୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୫୩୬୫୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି । ଫଳରେ ରାଜ୍ୟରେ ୧୦୫୩୭୫ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବା ଜଣାଯାଇଛି ।
ମୃତକଙ୍କ ମଧ୍ୟରେ କଳାହାଣ୍ଡିରୁ ସର୍ବାଧିକ ୩ଜଣ ଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ବଲାଙ୍ଗୀର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ, ନୂଆପଡା ଓ ପୁରୀରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହ ଏବେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୩୭୮ରେ ପହଞ୍ଚିଛି ।

Leave A Reply

Your email address will not be published.

twenty + 20 =