ରାଜ୍ୟରେ ସ୍ଥାପନ କରାଯିବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୨ଟି ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍କଲ୍) ଓ ଜାତୀୟ ଜଳ ବିଦ୍ୟୁତ ନିଗମ (ଏନଏଚପିସି)ର ବୁଝାମଣା ସ୍ୱାକ୍ଷରିତ ହୋଇଛି । ଓଏଚପିସି ସମ୍ମିଳନୀ କକ୍ଷରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଜେଡ୍କଲ୍ର ସିଇଓ ଜି ଆର୍ ଦାଶ ଓ ଏନଏଚପିସିର ନିର୍ବାହୀ ନିର୍ଦେଶକ ଆର୍ କେ ଜୈସୱାଲ୍ ବୁଝାମଣାତ୍ରରେ ସ୍ୱାକ୍ଷର କରିଛନ୍ତି । ଭାସମାନ ସୌର ପ୍ରକଳ୍ପରୁ ୫୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦୦ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରାଥମିକ କର୍ଯ୍ୟଠାରୁ ଆରମ୍ଭ କରି କାର୍ଯ୍ୟାଦେଶ ପ୍ରଦାନ କରିବା ପର୍ଯ୍ୟନ୍ତ ପ୍ରାୟ ୭-୮ ମାସ ସମୟ ଲାଗିବ । ଦେଢ଼ ବର୍ଷ ଭିତରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଂଚଳଗୁଡ଼ିକରେ ଏହିସବୁ ପ୍ରକଳ୍ପ ସ୍ଥାପନ କରାଯିବା ଦ୍ୱାରା ବିପୁଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଜଳଭଣ୍ଡାରରେ ପ୍ୟାନେଲ୍ ସ୍ଥାପନ କରାଯିବକୁ ଥିବାରୁ ଜମିର ବ୍ୟବହାର ମଧ୍ୟ ହ୍ରାସ ପାଇଛି ।

Leave A Reply

Your email address will not be published.

one × two =