ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସ ପାଇଥିବାବେଳେ ଆଜି ପୁଣି ଦିନକରେ ସଂକ୍ରମଣ ୧୧ ହଜାର ମୁହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ୧୦,୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୧୪୯ ଥିବା ବେଳେ ୪୮୩୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୨୨୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେଣି ।
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୯୬୪, କଟକ ୮୮୫, ଅନୁଗୁଳ ୫୩୯, ସମ୍ବଲପୁର ୪୫୪, ବରଗଡ ୪୩୧, ବଲାଙ୍ଗୀରରୁ ୪୨୬ , ପୁରୀରୁ ୩୯୮, ଝାରସୁଗୁଡା ୩୮୦, ନୂଆପଡା ୩୭୮, କଳାହାଣ୍ଡି ୩୭୦, ଯାଜପୁର ୩୪୯, ନବରଙ୍ଗପୁରରୁ ୩୩୫, ଷ୍ଟେଟ୍ ପୁଲ୍ରୁ ୩୩୨, ବାଲେଶ୍ୱର ୩୦୩, କେନ୍ଦୁଝର ୨୫୩, ମୟୁରଭଞ୍ଜ ୨୩୯, ଜଗତସିଂହପୁର ୨୩୨, ଭଦ୍ରକ ୨୩୧, ସୁବର୍ଣ୍ଣପୁର ୨୧୫, ରାୟଗଡା ୨୧୬, କୋରାପୁଟ ୧୯୫, ନୟାଗଡ ୧୯୨, ଢେଙ୍କାନାଳ ୧୮୯, ବୌଦ୍ଧ ୧୮୦, ଗଞ୍ଜାମ ୧୭୭, କେନ୍ଦ୍ରାପଡଶ ୧୪୧, କନ୍ଧମାଳ ୧୩୪, ଦେବଗଡ ୧୨୭, ଗଜପତି ୧୧୧, ମାଲକାନଗିରିରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୫ହଜାର ୬୪୮କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ଜଣ ଥିବା ବେଳେ ଭୁବନେଶ୍ୱରରୁ ୨ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ବାଲେଶ୍ୱରରୁ ଜଣେ, ଢେଙ୍କାନ।।ଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, କଳାହାଣ୍ଡିରୁ ଦୁଇ ଜଣ, ନୂଆପଡା ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ଅଛନ୍ତି । ତେବେ ଲଗାତାର କିଛି ଦିନ ଧରି ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୫ ଉପରକୁ ରହୁଥିବାବେଳେ ଏହାକୁ ନେଇ ଚିନ୍ତା ବଢିଛି ।
ସୂଚନା ଥାଉକି ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ୍ ୫ଲକ୍ଷ ୬୫ ହଜାର ୬୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି । ୪ଲକ୍ଷ ୬୫ ହଜାର ୧୩୩ଜଣ । କରେ।।ନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୯୮ ହଜାର ୨୩୦ଜଣ । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ହଜାର ୨୩୨ ଜଣରେ ପହଞ୍ଚିଛି ।
ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରାଧିନ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଦ୍ୱିତୀୟ ଲହରରେ ସଂକ୍ରମଣ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ଠାରୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ତଳେ ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ତଳେ ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବ୍ଲାକ ଫଙ୍ଗସ୍ ଏକ ନୂଆ ରୋଗ ନୁହେଁ ପୂର୍ବରୁ ଥିଲା । ଏହାର ଚିକିତ୍ସା କରାଯାଇଛି । ଏଥିରେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।