ରାଜ୍ୟରେ ୧୧,୭୩୨ ପଜିଟିଭ୍ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନାହିଁ । ଆଜି ଦିନକରେ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ଆଜି ଆଉ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ହୋଇଥିବା ବେଳେ କଟକରୁ ୮୭୦, ଅନୁଗୁଳରୁ ୭୦୦, ବରଗଡରୁ ୪୧୪, ଭଦ୍ରକରୁ ୪୧୪, ବାଲେଶ୍ୱରରୁ ୪୭୨, ବଲାଙ୍ଗୀରରୁ ୪୦୧, ବୌଦ୍ଧରୁ ୨୭୭, ଦେବଗଡରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁର ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୧୩୯, କେନ୍ଦୁଝରରୁ ୨୨୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୁରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡରୁ ୨୬୧, ନୂଆପଡାରୁ ୨୨୦, ପୁରୀରୁ ୩୯୦, ରାୟଗଡାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୮, ସୁନ୍ଦରଗଡରୁ ୬୪୧ ଓ ଷ୍ଟେଟପୁଲରୁ ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨୨୨୪ରେ ପହଞ୍ଚିଥିବା ବେଳେ ୫,୦୨,୪୫୫ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧ଲକ୍ଷ ୭୪୦୩ ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି ।
ରାଜ୍ୟରେ କରୋନାରେ ଆଉ ୧୯ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚିଛି । ୧୦ଟି ଜିଲ୍ଲାରେ ଏହି ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ଅଛନ୍ତି । ସେହିପରି ଅନୁଗୁଳ ଓ ରାୟଗଡା ଜିଲ୍ଳାରୁ ୩ଜଣ, ଲେଖାଁଏ ମୃତ୍ୟୁ ଘଟିଥିବା ବେଳେ ନୂଆପଡା ଓ ସୁନ୍ଦରଗଡରୁ ୨ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ ଲେ୍‌ଖାଁଏଙ୍କ ଜୀବନ ନେଇ କରୋନା । ଆଉ ୪ଟି ମୃତ୍ୟୁ ମାମଲା ସହିତ ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୮କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ ଅନୁଗୋ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ବେଳେ ରାୟଗଡାରେ ୮୫, ନୂଆପଡାରେ ୪୦, ସୁନ୍ଦରଗଡରେ ୨୨୩, ଗଜପତିରେ ୪୧, କେନ୍ଦ୍ରାପଡାରେ ୩୫, ନବରଙ୍ଗପୁରରେ ୧୬,ନୟାଗଡରେ ୪୭ ଓ ପୁରୀରେ ୧୪୨ରେ ପହଞ୍ଚିଛି ।

Leave A Reply

Your email address will not be published.

15 + 18 =