ରାଜ୍ୟରେ ୩ହଜାର ତଳେ ସଂକ୍ରମଣ: ପୁଣି ୪୫ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ଏବେଆଜି ୩ହଜାର ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ । ଆଜି ୪୫ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୯୧୭ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଅଛନ୍ତି । ଏହାଛଡ଼ା ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଏମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୬ଜଣ, ବାଲେଶ୍ୱରରୁ ୨୩୭ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୪୨୨ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୧୯ ଜଣ, ଯାଜପୁରରୁ ୨୧୮ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୭୯ଜଣ, କେଉଁଝରରୁ ୭୫ଜଣ, ଖୋର୍ଦ୍ଧାରୁ ୫୪୯ ଜଣ, କୋରାପୁଟରୁ ୫୫ଜଣ, ମାଲକାନଗିରିରୁ ୫୯ଜଣ, ମୟୁରଭଞ୍ଜରୁ ୧୬୫ଜଣ, ନବରଙ୍ଗପୁରରୁ ୧୯ ଜଣ, ନୟାଗଡ଼ରୁ ୯୬ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୩୨ଜଣ, ରାୟଗଡ଼ାରୁ ୫୩ଜଣ, ସମ୍ୱଲପୁରରୁ ୨୨ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୧୯,୦୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୦, ୫୫୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

twelve − eight =