ରାଜ୍ୟରେ ୬୦ରେ ସୀମିତ ପଜିଟିଭ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନପରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ୬୦ରେ ସୀମିତ ରହିଛି। ଦିନକରେ ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୫, ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୬,୦୪୨ରେ ପହଞ୍ଚିଛି। ୩,୩୩,୨୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୦। ଅନୁଗୁଳ ୫, ବାଲେଶ୍ୱର ୬, ବରଗଡ ୧, ଭଦ୍ରକ ୧, ବଲାଙ୍ଗୀର ୨, ଦେଓଗଡ ୨, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡା ୧, କଳାହାଣ୍ଡି ୧, ଖୋର୍ଦ୍ଧା ୭, ମାଲକାନଗିରି ୨, ମୟୁରଭଞ୍ଜ ୪, ନୂଆପଡା ୩ , ପୁରୀ ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

sixteen − ten =