ରାଜ୍ୟ ସରକାରଙ୍କ ଘୋଷଣା : ୫ମାସ ମିଳିବ ମାଗଣା ଡାଲି ଓ ଚାଉଳ

ଭୁବନେଶ୍ୱର : କରୋନା ମହାମାରୀରେ ସମୟରେ ଚାଲିଥିବା ଲକ୍ ଡାଉନ୍ ଓ ସଟ୍ଡାଉନ ଗରିବ ଲୋକଙ୍କ ଜିବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ମାସ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି ପରିବାର ପିଛା ୧ କେଜି ଲେଖାଏ ଡାଲି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଘୋଷଣାରେ ଖାଦ୍ୟ ସୁରକ୍ଷା ଯୋଜନା ସୁବିଧାରୁ ବାଦ୍ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମନେ ଉପକାର ପାଇପାରିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଗାମୀ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.

sixteen + 13 =