ରାୟଗଡା-ଗଂଜାମ ସୀମା ସିଲ୍

ରାୟଗଡା : ଗଂଜାମ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧାଙ୍କ କରୋନା ଜନିତ ମୃତ୍ୟୁ ପରେ ଘଟଣାର ଯେପରି ପୁନଃରାବୃତି ନ ହୁଏ ସେ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶକ୍ରମେ ରାୟଗଡା-ଗଂଜାମ ସୀମା ସିଲ କରାଯାଇଛି । ଉଭୟ ଜିଲ୍ଲାର ପ୍ରବେଶ ପଥରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ କଡାକଡି ଯାଂଚ କରାଯାଉଛି । ମେଡିକାଲ ଓ ଜରୁରୀ କାମ ବ୍ୟତୀତ ଅନ୍ୟ କୌଣସି କାମରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତକୁ ନିଷଧେ କରାଯାଇଛି । ଏଥି ସହ ସରକାରୀ ଅଧିକାରୀ ଓ ରାୟଗଡା ଜିଲ୍ଲାବାସୀଙ୍ଗୁ ଗଂଜାମ ଜିଲ୍ଲାକୁ ନ ଯିବା ପାଇଁ କୁହାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କଟକ, ଭୂବନେଶ୍ୱର ଓ ବ୍ରହ୍ମପୁରରୁ ଆସୁଥିବା ସରକାରୀ ଓ ବେସରକାରୀ ବସ ଚଳାଚଳ ଉପରେ ରୋକ ଲଗାଯାଇଛି । ଗଂଜାମରୁ ରାୟଗଡା ଆସୁଥିବା ବ୍ୟକ୍ତି ମାନଙ୍କୁ ରାୟଗଡା ଏବଂ ଗୁଣପୁର ଉପ-ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ଆସିବାକୁ ନିର୍ଦେଶ ଦିଆଯାଇଛି । ଯଦି ଆଇନ ଉଲଘଂନ କରି ରାୟଗଡା ଜିଲ୍ଲାକୁ ପ୍ରବେଶ କଲେ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ରହିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହ ନିଜ ଖର୍ଚ୍ଚରେ ସଙ୍ଗରୋଧରେ ରହିବା ପାଇଁ ମଧ୍ୟ ନିର୍ଦେଶନାମା ଜାରୀ କରାଯାଇଛି । ଆମ୍ବୁଲାନ୍ସ, ମାଲବାହୀ ଗାଡି, କୃଷିଜାତି ଦ୍ରବ୍ୟ ଓ ଶିଳ୍ପ ସାମଗ୍ରୀ ପରିବହନ କରିଥୁବା ଯାନବାହନକୁ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ସୀମାନ୍ତକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରି ଯାଂଚ କଡାକଡି କରାଯାଉଛି

Leave A Reply

Your email address will not be published.

14 + nine =