ଭୁବନେଶ୍ୱର :ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ପରଲୋକଗତ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ହେବେ । ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ପିପିଲି ପାଇଁ ଶ୍ରୀ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି । ପୁର୍ବରୁ ଶ୍ରୀ ମହାରଥୀଙ୍କ ପ୍ରାର୍ଥୀତ୍ୱ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ପ୍ରାଥୀ ଘୋଷିତ ହେବା ପରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।