ରେକର୍ଡ ଭାଙ୍ଗିଲା ସଂକ୍ରମଣ ଓ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏପରିକି ରାଜ୍ୟରେ ବଳବତର ଥିବା ୧୪ ଦିନିଆ ତାଲାବନ୍ଦ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଆଜି ଗୋଟିଏ ଦିନରେ୧୨,୩୯୦ ଜଣ ସଂକ୍ରମଣ ହୋଇଛନ୍ତି । ଯାହାକି ରାଜ୍ୟରେ ସର୍ବକାଳୀନ ରେକର୍ଡ । ସେହିପରି ଆଜି ଗୋଟିଏ ଦିନରେ ମଧ୍ୟ ରାଜ୍ୟରେ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଏବଂ ସ୍ଥାନୀୟ ସଂକ୍ରମିତ ୫୪୫୨ ଜଣ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବେ ସଂକ୍ରମଣର ରେଡ୍ ଜୋନ୍‌ରେ । ରାଜ୍ୟରେ ଆଜି ଟେଷ୍ଟିଂ ବଢିଥିଲା ବେଳେ ପଜିଟିଭ୍ ସଂଖ୍ୟା ମଧ୍ୟ ବଢିଛି । ପ୍ରକାଶ ଥାଉକି ଗୁରୁବାର ଦିନ ରାଜ୍ୟରେ ୫୬,୩୧୪ ଜଣଙ୍କୁ ଟେଷ୍ଟିଂ କରାଯାଇଥିଲା ।
ରାଜ୍ୟରେ ଚିହ୍ନଟ କରାଯାଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୩୨, ବାଲେଶ୍ୱର ୩୪୦, ବରଗଡ ୫୦୭, ଭଦ୍ରକ ୪୧୨, ବଲାଙ୍ଗୀର ୪୧୬, ବଉଦ ୨୨୮, କଟକ ୭୧୯, ଦେବଗଡ ୧୦୮, ଢେଙ୍କାନାଳ ଜିଲ୍ଲାରୁ ୧୭୪, ଗଜପତିରୁ ୧୧୫, ଗଞ୍ଜାମ ୩୮୭, ଜଗତସିଂହପୁର ୨୫୯, ଯାଜପୁର ୪୩୬, ଝାରସୁଗୁଡା ୪୧୩, କଳାହାଣ୍ଡି ୨୧୦, କନ୍ଧମାଳ ୧୦୨, କେନ୍ଦ୍ରାପଡାରୁ, ୧୩୭, କେନ୍ଦୁଝରରୁ ୨୦୮, କୋରାପୁଟ ୨୪୬, ମାଲକାନଗିରି ୧୦୩, ମୟୁରଭଞ୍ଜ ୪୮୦, ନବରଙ୍ଗପୁର ୩୬୨, ନୟାଗଡ ୩୦୧, ନୂଆପଡା ୨୦୪, ପୁରୀ ୪୬୯, ରାୟଗଡା୧୮୭, ସମ୍ବଲପୁର ୬୭୭, ସୋନପୁର ୧୭୮, ସୁନ୍ଦରଗଡ ୮୮୨, ଷ୍ଟେଟପୁଲରୁ ୩୫୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।
ଅନ୍ୟପକ୍ଷରେ ଆଜି ୧୬ ଜିଲ୍ଲାରୁ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ସର୍ବାଧିକ ୪ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳରୁ ୩, ପୁରୀ, ସୁନ୍ଦରଗଡ, କେନ୍ଦ୍ରାପଡାରୁ ୨ଜଣ ଲେଖାଁଏ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧରୁ ଜଣେ ଲେଖାଁଏ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡା, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେ୍‌ଖାଁଏ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି ।
ରାଜ୍ୟରେ ଆଉ ୮୬୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଓଡିଶାରେ ମୋଟ ୧୦୭୬୯୩୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫୮୮୬୮୭ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୮୨୩୪୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୪୦୧୬ ରହିଛି । ଦେଶର ମହାରାଷ୍ଟ୍ର, ଦିଲ୍ଳୀ, ଉତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଓଡିଶାରେ ତାହା ବୃଦ୍ଧିପାଉଥିବା ଚିନ୍ତାର ବିଷୟ ହୋଇଛି ।

Leave A Reply

Your email address will not be published.

8 − 3 =