ଲକ୍ଡାଉନରେ ବ୍ୟାଙ୍କ ଖୋଲା

ଭୁବନେଶ୍ୱର: କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଂଚଳରେ ଲାଗୁ ହୋଇଛି ୧୪ ଦିନିଆ ଳକ୍ଡାଉନ୍ । ଏହି ଲକ୍ହାଉନ୍ରେ ଖୋଲା ରହିବ ବ୍ୟାଙ୍କ ଓ ବୀମା କର୍ଯ୍ୟାଳୟ । ଏଟିଏମ୍ କାଉଂଟର ଗୁଡ଼ିକ ମଧ୍ୟ ଖୋଲା ରହିବ । ଲକ୍ଡାଉନ୍ ନେଇ ହୋଇଥିଲା । ଏଥିରେ କେତେକ ପରିବର୍ତନ ସହ ସଂଶୋଧିତ ନିର୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି, ବ୍ୟାଙ୍କ, ବୀମା ଓ ଅର୍ଥନୈତିକ ଅନୁଷ୍ଠାନ ଗୁଡିକ ଏବଂ ଏହାର ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ଲକ୍ଡାଉନ୍ କାର୍ଯ୍ୟ କରିପାରିବେ । କିନ୍ତୁ ୨୫% କର୍ମଚାରୀଙ୍କୁ ନେଇ ଏସବୁ କାର୍ଯ୍ୟାଳୟ ଚଳାଇବାକୁ କୁହାଯାଇଛି । ସିଏଜି ଅଫିସ ମଧ୍ୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଲକ୍ଡାଉନ୍ ସମୟରେ ଖଣି ଖନନ, ପରିବହନ ହୋଇପାରିବ । ଲକ୍ଡାଉନ୍ ସମୟରେ ଫଳ, ମାଛ, ମାଂସ, ଅଣ୍ଡା ଦୋକାନ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏସବୁ ଦୋକାନରେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରାଯିବ । ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିବେ । ଶୀତଳଭଣ୍ଡାର, ୱେୟାର ହାଉସ୍ ଓ ପ୍ୟାକେଜିଂ ୟୁନିଟ୍ ଓ ଏହାର ପରିବହନ କାର୍ଯ୍ୟ ଚାଲିପାରିବ । ଘରୋଇ ସିକୁ୍ୟରିଟି ସଂସ୍ଥାକୁ କଟକଣାମୁକ୍ତ ରଖାଯାଇଛି । ମଦ ହୋମ୍ ଡେଲିଭର ହୋଇପାରିବ । ଟେଲିକମ୍ ଓ କଂଟରନେଟ ସେବା ଯେପରି ପ୍ରଭାବିତ ହେବ ନାହିଁ, ସେ ଦିଗରେ ବ୍ୟବସ୍ଥା କରାଯାଇଛି । ଏସବୁ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ କାମକୁ ଯା’ ଆସ କରିପାରିବେ । ଡାଟା ଓ କଲ୍ ସେଂଟରକୁ ମଧ୍ୟ କଟକଣା ମୁକ୍ତ ରଖାଯାଇଛି ।

Leave A Reply

Your email address will not be published.

four × 5 =