ଲାଂଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ନୂଆପଡା- ଉଠା ଜଳସେଚନ ପଏଂଟକୁ ନୂତନ ବିଦୁ୍ୟତ ସଂଯୋଗ ଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନୂୂଆପଡା ସଦର ୱେସ୍କୋ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଂଚ ଟଙ୍କା ମଧ୍ୟ ଜବତ କରିଛନ୍ତି । ପରେ ତାଙ୍କ ଭଡା ଘର ଓ ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ନୂଆପଡା ସଦର ବ୍ଲକ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀଙ୍କ ନାଁରେ ଏକ ଉଠା ଜଳସେଚନ ପଏଂଟ ଅଛି ସେଠାକୁ ନୂତନ ବିଦୁ୍ୟତ ସଂଯୋଗ ପାଇଁ ସେ ୱେସ୍କୋରେ ଆବେଦନ କରିଥିଲେ । ଏଥିପାଇଁ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁ ୧୦ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ବୁଧବାର ଲାଲୁ ସାହୁ ଲାଂଚ ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ପରେ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ସାହୁଙ୍କ ନୂଆପଡା ଭଡାଘର ଓ ଜଗତସିଂହପୁର ପୌତୃ୍କ ଘରେ ଚଢଉ କରାଯାଇଥିଲା । ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା ।

Leave A Reply

Your email address will not be published.

1 + 9 =