ପୁରୀ,୨୩.୬ (ନି.ପ୍ର.): ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ଶରଧା ବାଲିରେ ପହଂଚିଛି । ଆସନ୍ତାକାଲି ଚତୁର୍ଦ୍ଧା ମୃର୍ତି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଭକ୍ତ ଶୂନ୍ୟ ରଥଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜୀଉମାନେ ଶରଧା ବାଲିରେ ପହଂଚିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିଦେର୍ଶ ଏବଂ କରୋନା କଟକଣାରେ ଭକ୍ତ ଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୋଲିସ ତିନି ରଥକୁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣିନେଇଥିଲେ । ପାରମ୍ପାରିକ ପୂଜାର୍ଚ୍ଚନା ଓ ନୀତି କାନ୍ତି ସମ୍ପନପରେ ନିର୍ଦ୍ଧାରିତ ସମୟରୁ ରଥଟଣା ଆରମ୍ଭ ହୋଇଥିଲା । ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବାପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ପୂର୍ବାହ୍ନ ୧୧.୫୫ମିନିଟି ସମୟରେ ବଡଠାକୁର ବଳଭଦ୍ରଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ଏହାର ୧ ଘଂଟା ପରେ ତଥା ୧୨.୫୫ମିନିଟ ସମୟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା ବେଳେ ୧ଟା ୫୫ ମିନିଟି ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଗଡିଥିଲା । ଆଜି ଶରଧାବାଲିରେ ବଡଠାକୁର ବଳଭଦ୍ରଙ୍କ ନନ୍ଦିଘୋଷ ରଥ ପ୍ରଥମେ ପହଂଚିଥିବା ବେଳେ ପରେ ପରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଂଚିଥିଲା ସୂଚନା ଯୋଗ୍ୟ ଯେ ପୂର୍ବାହ୍ନ ୧୨ରେ ରଥ ଟଣା ପାଇଁ କାର୍ଯ୍ୟ ସୂଚୀ ରହିଥିଲା ବେଳେ ଆଗୁଆ ରଥଟଣା ଆରମ୍ଭ ହୋଇଥିଲା ସୁପ୍ରିମକୋର୍ଟ ନିର୍ଦେଶ ଅନୁଯାଇ ପ୍ରତି ରଥକୁ ୫୦୦ ସେବାୟତ ଓ ପୋଲିସ କର୍ମଚାରି ଟାଣିନେଇଥିଲେ । ପ୍ରତି ରଥ ଟଣା ମଧ୍ୟରେ ୧ଘଂଟା ବ୍ୟବଧାନ ରହିଥିଲା ।
ଘୋଷଯାତ୍ରା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଆଜି ଭୋର ୩ ଟାରେ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି, ରୋଷ ହୋମ, ଅବକାଶ, ସୁର୍ଯ୍ୟ ପୂଜା ଶେଷ ହୋଇଥିଲା । ଏହା ପରେ ଶ୍ରୀଜିଉଙ୍କର ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଛି । ସକାଳ ୬ଟା ୪୫ ମିନିଟ ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କରାଯାଇ ୭ଟାରେ ଶ୍ରୀଜୀଉଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ମହାପ୍ରଭୁ ସୁଦର୍ଶନ ପହଣ୍ଡି ବଜେକରି ଦର୍ପଦଳନ ରଥ ରୁଢ ହୋଇଥିଲା ବେଳେ ପରେ ପରେ ମା’ ସୁଭଦ୍ରା, ବଡଠାକୁର ବଳଭଦ୍ର ଓ ଶେଷରେ ମହାପ୍ରଭୂ ଶ୍ରୀଜଗନ୍ନାଥ ପହଣ୍ଡିବିଜେକରିଥିଲେ । ଶ୍ରୀଜୀଉମାନେ ରଥାରୁଡ ହେବାପରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନକରି ପୂଜାର୍ଚ୍ଚନା କରିଥିଲେ । ପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପୂର୍ବହ୍ନ ୧୦.୩୦ରେ ଛେରାପହଁରା କରିଥିଲେ ।