ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ରଜ ପର୍ବ ପାଇଁ ରାଜ୍ୟ ସରକାର ଆଜି ଆସନ୍ତାକାଲି ଶୁକ୍ରବାର ଦିନ ୩ ଘଂଟା ପାଇଁ ରାତି୍ରକାଳୀନ କର୍ଫ୍ୟୁ କୋହଳ କରିଛନ୍ତି । ସନ୍ଧ୍ୟା ୭ଟାରୁ ରାତି୍ର ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ଫଳରେ ଦୋକାନ ବଜାର ରାତି୍ର ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ରଜ ପର୍ବରେ କିଣାକିଣି ପାଇଁ ଏହି କର୍ଫ୍ୟୁ କୋହଳ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ତେବେ ଶନିବାରଠାରୁ ପୂର୍ବବତ କର୍ଫ୍ୟୁ କଟକଣା ବଳବତର ରହିବ ।