ଶ୍ରୀମନ୍ଦିରରେ ଦର୍ଶନ ଜୁନ୍ ୧୫ ପର୍ଯ୍ୟନ୍ତ ମନା

ପୁରୀ: ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା । ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି କୁହାଯାଚି । ପୂର୍ବରୁ ଏପ୍ରଲି ୨୫ରୁ ମେ ୧୫ ପର୍ଯ୍ୟନ୍ତ ଦର୍ଶନ କଟକଣା କରାଯାଇଥିଲା । ଏବେ କୋଭିଡର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ଏହି ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଏହାରି ଭିତରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛନ୍ତି । ପ୍ରଥମେ ତୁମ୍ବ କାମ ଆରମ୍ଭ ହୋଇଛି । ତିନିରଥ ନିମନ୍ତେ ତିନୋଟି ତମ୍ବ ପାଇଁ କରତି ମାନେ ବଡ଼ବଡ଼ କାଠ ଗଣ୍ଡିକୁ ବଡ଼ କରତ ଦ୍ୱାରା ଚିରଟ କରିଛନ୍ତି । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥିଲା ।

Leave A Reply

Your email address will not be published.

nine − 4 =