ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲରେ ପାଠ ପଢା ହୋଇଛି । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହୋଇଥିବା ବେଳେ ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହୋଇଛି ।
ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ଅସହ୍ୟ ତାତି ହେଉଥିବାରୁ ପାନୀୟ ଜଳ, ଓଆରଏସ ମହଜୁଦ୍ ରଖିବାକୁ କୁହାଯାଇଛି ।
ଅପରପକ୍ଷେ ପୁଣି ଥରେ କରୋନା କାୟା ବିସ୍ତାର କରୁଥିବାରୁ ବୁର୍ଲା ସ୍ଥିତ ଭିିସୁଟ୍ରେ ଆଜି ହେବାକୁ ଥିବା ଅଫ୍ଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତୀ ନିଦେ୍ର୍ଧଶନାମା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ୍ ଜାରି କରିଛନ୍ତି ଭିସୁଟ୍ କୁଳପତି ।
ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକ୍ୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ଶଟଡାଉନ୍ ଘୋଷଣା କରାଯାଇଛି । ୧୧ଟି ହଷ୍ଟେଲକୁ ମାଇକ୍ରୋ କଂଟେନ୍ମେଂଟ ଜୋନ୍ ଏବଂ ପୁଲହ ହଷ୍ଟେଲ ପାଶ୍ୱର୍ବର୍ତୀ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।