ସଡକ ଦୂର୍ଘଟଣାରେ ଜଣେ ମୃତ : ୭ ଗୁରୁତର

ଚମ୍ପୁଆ: ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ଜଣ ଆହତ ହୋଇଥିବା ଜଣାପଡିଛି । ଇନୋଭା ଗାଡିସହ ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଇନୋଭା ଗାଡିର ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି । ତାଙ୍କ ଘର ଯୋଡା ବାଚୁହର୍ଟି ଅଞ୍ଚଳର, ପେନୁ ମହାକୁଡ ବୋଲି ଜଣାପଡିଛି । ଆହତ ୭ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବା ଜଣାପଡିଛି । ୭ଜଣଙ୍କ ମଧ୍ୟରୁ ୫ଜଣ ମହିଳା, ଜଣେ ପୁରୁଷ, ଜଣେ ଶିଶୁ । ତେବେ ଆହତମାନଙ୍କୁ ଯୋଡା ଟାଟା ଡାକ୍ତରଖାନାରେ ଭର୍ତିକରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଚାପି ହୋଇ ରହିଥିବା ଡ୍ରାଇଭରକୁ ଦମକଳ ବାହିନୀ ଗାଡି ପହଞ୍ଚି ଉଦ୍ଧାର କରିଛି । ସୁଚନା ଅନୁସାରେ ଯୋଡା ଗୁଆଲି ଅଞ୍ଚଳର ସାତଜଣ ଇନୋଭା ଗାଡିରେ ଏକ ଘର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦୁଝର ଅଭିମୁଖେ ଯାଉଥିଲେ । ନାରଦପୁର ନିକଟରେ ବିପରୀତ ପଟୁଆସୁଥିବା ଏକ ହାଇୱା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ଘଟୁଛି । ଏହା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

twelve + ten =