ସପ୍ତାହାନ୍ତ ସଟଡାଉନ : ସବୁକିଛି ଠପ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରୋକ୍ ଲାଗଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ପ୍ରଶାସନର କଡା ଆଭିମୁଖ୍ୟ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ସଟଡାଉନ ଯୋଗୁଁ ଦୋକାନ ବଜାର ବାଣିଜି୍ୟକ ପ୍ରତିଷ୍ଠାନ, ଜାନବାହାନ ଚଳାଚଳ ବନ୍ଦ ରହିଛି । ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍, ହାଟ ବଜାର, ରାଜରାସ୍ତା ଖାଁ ଖାଁ ହୋଇ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଟ୍ଡାଉନ୍ ସ୍ୱତଃପୁତ ଭାବେ ସଫଳ ହୋଇଛି । କରୋନା ଆତଙ୍କିତ ଜନସାଧାରଣଙ୍କ ସଚେତନତା ଯୋଗୁଁ ସମସ୍ତ ସ୍ଥାନ ନିର୍ଜନ ଦ୍ୱୀପରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି । ତେବେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନର ଯାଞ୍ଚ କଡାକଡି ରହିଛି । କେତେକ ସ୍ଥାନରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ସମସ୍ତ ସହରଗୁଡିକରେ ରାତ୍ରିକାଳୀନ କର୍ଫୁ୍ୟ ତାରି କରାଯାଇଥିଲା । ଏଥିସହିତ ଏବେ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯିବା ଦ୍ୱାରା ଶୁକ୍ରବାର ରାତି ୯ଟାରୁ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ରାଜ୍ୟର ସହରାଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ବାଦ୍ଦେଇ ଅନ୍ୟ ସମସ୍ତ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରଖିବାକୁ ରାଜ୍ୟ ସରକାର କଡା ନିଦେ୍ର୍ଧଶ ଦେଇଛନ୍ତି । ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ଶନିବାର ଓ ରବିବାର ଦୁଇଦିନ ସକାଳେ ଏକଘଂଟା ପାଇଁ ଲକ୍ଡାଉନ୍ କୋହଳ କରିବାକୁ ଗତକାଲି ଘୋଷଣା କରିଥିଲେ । ଏହି ସମୟରେ ଲୋକମାନେ ପ୍ରାତଃ ଭ୍ରମଣ, ସାଇକେଲ ଚାଳନା ସହିତ ବ୍ୟାୟାମ କରିପାରିବେ । ତଦନୁଯାୟୀ ଆଜିଠାରୁ ପ୍ରଥମ ସପ୍ତାହାନ୍ତ ଲକଡାଉନ ପୂର୍ଣ୍ଣଭାବରେ କାର୍ଯ୍ୟକାରୀ କରିବାକୁ ପୋଲିସ୍ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଭୁବନେଶ୍ୱର, କଟକ ଦୁଇ ମହାନଗରରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଏଥିପାଇର୍ ଦୁଇ ସହରର ପ୍ରବେଶ ପଥ ଏବଂ ବିଭିନ୍ନ ଛକ ସ୍ଥାନଗୁଡିକରେ ପୋଲିସ୍ ପକ୍ଷରୁ ବ୍ୟାରିକେଡ୍ ଲଗାଯିବା ସହିତ ସେହିବାଟ ଦେଇ ଯାତାୟତ କରୁଥିବା ଲୋକ ଓ ଯାନବାହାନଗୁଡିକୁ ଯାଞ୍ଚ କରାଯାଇଥିଲା । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ବ୍ୟକ୍ତିବିଶେଷ ଏବଂ ଯାନବାହାନଗୁଡିକ ସେମାନଙ୍କ ସଂସ୍ଥା ଦ୍ୱାରା ପ୍ରଦତ ପ୍ରବେଶପତ୍ର ଦେଖାଇ ଯାତାୟତ କରିଥିଲେ । ଫଳରେ ଗତକାଲି ରାତିରୁ ଦୁୁଇ ମହାନଗର ସଂପୂର୍ଣ୍ଣ ଶୂନଶାନ୍ ହୋଇପଡିଛି । ଅବଶ୍ୟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ମାଲବୋଝେଇ ଟ୍ରକ୍ ସମେତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କିଛି ଯାନବାହାନ ଏବଂ ଲୋକଙ୍କୁ ଯିବା ଆସିବା କରୁଥିବା ଦେଖ୍ôବାକୁ ମିଳିଥିଲା । କେତେକ ସ୍ଥାନରେ ବିନା କାମରେ ବାହାରକୁ ଆସିଥିବା ଲୋକଙ୍କୁ ପୋଲିସ୍ ତାଗିଦ କରି ସେଠାରୁ ଘଉଡାଇ ଦେଇଥିଲା । ଆଜି ଭୋର ସମୟରେ ଦୁଇ ମହାନଗରରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ବାହାରେ ପ୍ରାତଃଭ୍ରମଣ, ବ୍ୟାୟାମ ଆଦି କରୁଥିବା ଲକ୍ଷ୍ୟ କରାଯାଇଥିଲା । କରୋନା ସଂକ୍ରମଣ ଭୟରେ ଅନେକ ଲୋକ ଘରଭିତରେ ରହିବାକୁ ପସନ୍ଦ କରିଥିଲେ ।

Leave A Reply

Your email address will not be published.

7 − six =