ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟସ’ ୨୬ ତାରିଖ ସକାଳେ ଉତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟ ଦେଇ ସ୍ଥଳ ଭାଗ ସ୍ପର୍ଶ କରିପାରେ । ତେବେ ଭାରତୀୟ ପାଣି ପାଗ ନିର୍ଦ୍ଦେଶାଳୟର ମହାନିଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା କାଲି ପ୍ରଥମେ ଏହା ଲଘୁଚାପ ରୂପ ନେବ । ୨୪ ତରିଖ ବେଳେକୁ ଏହା ବାତ୍ୟା ରୂପ ନେଇ ପାରେ ଏବଂ ଅଧିକ ଶକ୍ତିଶାଳି ହୋଇ ଉତର-ପଶ୍ଚିମ ଦିଗକୁ ଗତିକରିବ ସେତେବେଳେ ଏହାର ଗତିବିଧିକୁ ଲକ୍ଷ୍ୟ କରି ସମ୍ଭାବ୍ୟ ଲ୍ୟାଣ୍ଡଫଲ ନେଇ କହିହେବ । ଅନ୍ୟପକ୍ଷରେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଏହି ବାତ୍ୟାରେ ସର୍ବାଧିକ ୧୨ଟି ଜିଲ୍ଳା ପ୍ରଭାବିତ ହେବା ଅଶଙ୍କ ଥିବାରୁ ସମସ୍ତ ଜିଲ୍ଲାପାଳ, ଏସପି, ଅତିରିକ୍ତି ଜିଲ୍ଳାପାଳ ଜିଲ୍ଲା ଜରୁରି କାଳିନ ଅଧିକାରୀ ଓ ଜିଲ୍ଲା ଅଗ୍ନିସମ ସେବା ଅଧିକାରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ନେଇ ବ୍ୟାପକ ଆଲୋଚନା କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, ଗଜପତି ଓ କଟକ ସବୁ ଜିଲ୍ଲାରେ ଆଶ୍ରୟ ସ୍ଥଳିଗୁଡିକର ତଦାରଖ ସହ ଆଜିଠାରୁ ସମୁଦ୍ର ଭିତରକୁ କୌଣସି ଡଙ୍ଗା ଛଡାଯାଉନାହିଁ । ସ୍ଥାନାନ୍ତରଣ କରାଗଲେ ବିଶେଷ ଭାବେ ବରିଷ୍ଠ, ଅସୁସ୍ଥ, ଭିନ୍ନକ୍ଷମ, ଗଭବତି ଓ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସ୍ଥା ହୋଇଛି । ଏହି ସବୁ ଅଂଚଳରେ ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରାଯାଉଛି । ଅଗ୍ନସମ ବାହିନୀ, ଓଡ୍ରାପ ଓ ଏନ୍ଡିଆରଏଫ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖାଯାଇଛି । ସମସ୍ତ ହୋର୍ଡିଙ୍ଗ ୨୪ ତରିଖ ସୁଦ୍ଧା ହଟାଇ ନେବାକୁ କୁହାଯାଇଛି ଓ ଏହା କରାନଗଲେ ଏଗୁଡିକୁ ହଟାଇ ନିଆଯିବ । ଭୁବନେଶ୍ୱର, କଟକ ଭଳି ସହରରେ ହାଇମାସ୍କ ଲାଇଟ ଗୁଡିକୁ ତଳକୁ ଖସାଇ ଦିଆଯିବ । ଆଜି ମଧ୍ୟ ଭାରତୀୟ ପାଣିପାଗ ନିର୍ଦ୍ଦେଶାୟଳ ଓ ଏନ୍ଡିଏମଏ ସହ ବୈଠକ କରାଯାଇଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିଲା ବେଳେ ଏହା ୨୩ରେ ଡିପ୍ରେସନ ଓ ୨୪ରେ ବାତ୍ୟା ରୂପ ନେବ ଏଥିପାଇଁ ମାଟ୍ରିକ ଟାବ୍ୟୁଲେସନ୍ ସମୟ ସୀମା ଏକ ସପ୍ତାହ ବଢ଼ାଇ ଦିୟାଯାଇଛି । ଉଲ୍ଲେଖଯୋଗ୍ୟ, ଡିପ୍ରେସନ ବାତ୍ୟା ରୂପ ନେବା ପରେ ଏଥିରେ ଚକ୍ଷୁ (ଆଇ) ସୃଷ୍ଟି ହେବ ଓ ଏହା ପରେ ବାତ୍ୟାର ଗତିବିଧିକୁ ନିର୍ଦ୍ଦିଷ୍ଟି ଭାବେ ପୂର୍ବାନୁମାନ କରୁ କହିହେବ । ଉପକୂଳର ୧୧ଟି ଜିଲ୍ଲାରେ ଜିଲ୍ଳାପାଳମାନଙ୍କୁ ସତକ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ ତାରିଖ ଦିନ ଉପକୂଳ ଅଂଚଳରେ ପ୍ରବଲ ବର୍ଷ ସମ୍ଭାବନା ରହିଛି । ଓଡ୍ରାପର ୨୦ ୟୁନିଟକୁ ଏଥିପାଇଁ ସଜାଗ ରକ୍ଷାଯାଇଛି । ଏହା ବ୍ୟତିତ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ସଚିବ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ, ଏ ସମ୍ପର୍କରେ ଚିପ ଇଜିଂନିୟରଙ୍କ ସହ ଆଲୋଚନା ହୋଇଛି । ବର୍ଷା ଯୋଗୁ ବନ୍ୟା ହେବା ଆଶଙ୍କାରେ ୩ଟି ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଟ ଖୋଲାଯାଇଛି ।