ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱର: ଆଜି ମହାତ୍ମାଗାନ୍ଧୀଙ୍କ ଓଡିଶାକୁ ପ୍ରଥମଥର ଆଗମନର ୧୦୦ ବର୍ଷ ପୂର୍ତି ପାଳନ କରାଯାଇଛି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ଭିତରେ ଓ ବାହାରେ ଏହା ପାଳନ କରାଯିବା ସହିତ କଟକରେ ପଦଯାତ୍ରା କରାଯାଇଥିଲା । ବିଭିନ୍ନସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ଗୃହରେ ବିପୁଜୀଙ୍କ ସ୍ମୃତି ଚାରଣ କରାଯାଉଥିବା ବେଳେ ଗୃହ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଆମରାଜ୍ୟକୁ ଥରେ ବା ୨ଥର ନୁହେଁ, ୮ଥର ଜାତିର ପିତା ମହାତ୍ମାଗାନ୍ଧି ଆସିଥିଲେ । ସେ ଏଠାରେ ବହୁ ସ୍ଥାନକୁ ଯାଇଛନ୍ତି । ତାଙ୍କପାଇଁ ଓଡିଶା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇଥିଲା । ପ୍ରତି ଓଡିଆଙ୍କ ହୃଦୟରେ ମଧ୍ୟ ସେ ରହିଥିଲେ ଓ ଅଛନ୍ତି । ବାପୁଜୀଙ୍କ ନିତୀ ଓ ଆଦର୍ଶରେ ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁପ୍ରାଣିତ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ମଧ୍ୟ ସମ୍ବିଧାନର ମୁଖ ବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରିବା ପାଇଁ ଆଣିଥିବା ସଂକଳ୍ପ ପାରିତ ହୋଇଥିଲା । ସେ ଏହି ମହାନ୍ ଦିବସରେ ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପଢିବାକୁ ଏକ ସଂକଳ୍ପ ଆଣିବା ସହ ୧୫ ପ୍ରତ୍ିଶତ ଆସନ୍ ସଂଗ୍ରକ୍ଷିତ ରଖିବା ଲାଗି ଆଣିଥିବା ସଂକଳ୍ପ ଗୃହରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଯାଇଛି । ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ସୂଚନା ଯୋଗ୍ୟ ହାଇକୋର୍ଟର ଜେଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଇକ୍ତ ସଂଗ୍ରକ୍ଷଣ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ତାହା ଆଜି ବିଧାନସଭା ଗୃହରେ ଉପସ୍ଥାପନ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ବୈଶୟିକ ଶିକ୍ଷା ପ୍ରଦାନ ଲାଗି ଅଣାଯାଇଥିବା ସଂକଳ୍ପକୁ ମୁଖ୍ୟ ବିରୋଧୀ ଦଳ ସମେତ୍ କଂଗ୍ରେସ ଏବଂ ଶାସକ ଦଳ ବିଜେଡି ସଭ୍ୟମାନେ ସମର୍ଥନ କରିଥିଲେ । ସରକାରଙ୍କ ଏଭଳି ନିଷ୍ପତି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଗ୍ରାମାଞ୍ଚଳରେ ଇଞ୍ଜିନିୟରିଂ ଓ ମେଡିକାଲ୍ ପଢିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତି ଯଥେଷ୍ଟ ସହାୟକ ହେବ । ଏହାବାଦ ସରକାରଙ୍କ ଏହି ନିଷ୍ପତି ସରକାରୀ ସ୍କୁଲରେ ପାଠ ପଢିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.

seventeen − eight =