ସିନାପାଲି ରେ ଏସଏଚଜି ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଟେଲରିଙ୍ଗ ୟୁନିଟ ଉଦଘାଟିତ

ସିନାପାଲି : ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମନିର୍ଭରଶିଲ କରିବା ଉଦ୍ଦେଶ୍ୟରେ ଅନେକ ଯୋଜନା କରିଛନ୍ତି । ଯାହା ଫଳରେ ମହିଳା ମାନେ  ସଶକ୍ତିକରଣ ହୋଇ ଅନ୍ୟର ବିନା ସହାୟତାରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଥି ପାଇଁ ସରକାର ମା  ମାନଙ୍କୁ ନେଇ ତାଲିମ ତଥା ପ୍ରଶିକ୍ଷଣ ଦେଇ ଉପକରଣ  ପ୍ରଦାନ ସାଙ୍ଗକୁ ଅନେକ ବ୍ୟବସାୟର ମାଧ୍ୟମ ସାଜିଛି ମିଶନ ଶକ୍ତି ।  ଏହି ମାଧ୍ୟମରେ  ମହିଳା ଏସଏଚଜି ମହିଳା ମାନଙ୍କୁ ନୂଆ ଦିଶା ଦେବା ପାଇଁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ସ୍ଥାନୀୟ ଜ୍ୟୋତିର୍ମୟୀ ମିଶନ ଶକ୍ତି ମହାସଂଘ ଆନୁକୂଲ୍ୟରେ ଏକ ଟେଲରିଙ୍ଗ ୟୁନିଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଓ ନୂଆପଡା ଆରକ୍ଷୀ ଅଧିକ୍ଷକ କୁଣ୍ଡୁଳା ରେଡି ରାଘବେନ୍ଦ୍ର ଉପସ୍ଥିତ ରହି ଉକ୍ତ ୟୁନିଟକୁ ଶୁଭ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀରାଘବେନ୍ଦ୍ର, ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ, ଡ଼ିପିଇଓ ବିବେକାନନ୍ଦ ମହାନନ୍ଦ, ସିନାପାଲି ବ୍ଲକ  ଅଧ୍ୟକ୍ଷ୍ୟା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା, ଜିଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ସଦର ସରପଞ୍ଚ ସୁନିତା ମେହେର , ବିପିଏମ ଶରତ ଚନ୍ଦ୍ର ଦୀପ,ଡ଼ିପିଏମ ଟିମନ ବାରା ,  ମିଶନ ଶକ୍ତି ବିଟିସି ବିଜୟ କୁମାର ଭିତରିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଘାଟିତ ୟୁନିଟ ମାଧ୍ୟମରେ ଏସଏଚଜି ମହିଳା ଟେଲରିଙ୍ଗ ପ୍ରଶିକ୍ଷଣ ନେଇ ଆତ୍ମ ନିର୍ଭରଶୀଳ ହେବା ସହ ପୋଷାକ ତିଆରି କରି ରୋଜଗାରକ୍ଷମ ହୋଇପାରିବେ। ଏନେଇ ଉନ୍ନତ ମାନର ଅତ୍ୟାଧୁନିକ ଟେଲଲରିଙ୍ଗ ମେସିଙ୍ଗର ବ୍ୟବସ୍ଥା କରାଯାଇଛି।  ଏହି ଅବସରରେ ନୂଆପଡ଼ା ଜିଲ୍ଲାପାଳ ସାଏ ମାପ ଟେପ୍ ଧରି  ଏସପିଙ୍କ  ପୋଷାକ  ମାପ ନେଇ  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା  ମାନଙ୍କୁ  ଉତ୍ସାହିତ କରିଥିଲେ ।  ମିଶନ ଶକ୍ତି ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସିନାପାଲି ଅନ୍ତର୍ଗତ ମହିଳା ମିଶନ ଶକ୍ତି ମହାସଂଘ ର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.

9 + six =