ସିଲ୍ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

ଭୁବନେଶ୍ୱର,୨୪.୦୬ (ନି.ପ୍ର) : କୋଭିଡ୍-୧୯ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ସିଲ କରିଦେଇଛି ।
ସୂଚନା ଯୋଗ୍ୟ ଯେ, ହସ୍ପିଟାଲରୁ ଗତକାଲି ସୁଦ୍ଧା ମୋଟ୍ ୨୭ଜଣ କରୋନା ପଜିଟିଭ ଏହି ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ । ବିଏମସି କତୃପକ୍ଷ ହସ୍ପିଟାଲକୁ ସିଲ କରିବା ସହ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି ।
ଅନ୍ୟପକ୍ଷାରେ ଭୁବନେଶ୍ୱରରେ ଆଜି ୨୨ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ କୁହାଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୧୯ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ହୋମ କ୍ୱାରେଂଟାଇନ ଥିଲେ । ଏହି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ସେମାନଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୧୩ଜଣ ମହିଳା ଅର୍ନ୍ତଭୁକ୍ତ ଅଛନ୍ତି । ସେହିପରି ଅନ୍ୟ ୨ଜଣ ନିଳାଦ୍ରୀ ବିହାରରୁ ଚିହ୍ନଟ ହୋଇଥିଲା ବେଳେ ମୈତ୍ରି ବିହାର, ଭିଏସ୍ଏସ୍ ନଗରରୁ ଜାଣେ ଲେଖାଁଏ ଏବଂ ଜଣେ ରେଲୱେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ବର୍ତମାନ ସୁଦ୍ଧା ୨୨୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧୦୩ଜଣ ଚିକିସ୍ଥାଧୀନ ଅଛନ୍ତି ।

Leave A Reply

Your email address will not be published.

eighteen − three =