ସିସୋରର ସମସ୍ତ ସମ୍ପତି ବାଜ୍ୟାପ୍ତ

କଟକ: ବହୁ ଚର୍ଚ୍ଚିତ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତି ପାଇଁ ସ୍ୱତନ୍ତ୍ର ଓପିଆରପି କୋର୍ଟ ଆଜି ନିଦେ୍ର୍ଧଶ ଦେଇଛନ୍ତି । କଟକ ସ୍ଥିତ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ସି-ସୋର ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨କ୍ୱିଂଟାଲ୍ ରୁପା, ବ୍ୟାଙ୍କରେ ଜମା ଥିବା ୧କୋଟି ୮୮ଲକ୍ଷ ୭୫ ହଜାର ୧୦୪ଟଙ୍କା ବାଜ୍ୟାପ୍ତି ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ବାଜ୍ୟାପ୍ତ ସମ୍ପତିକୁ ସର୍ବସାଧାରଣରେ ନିଲାମ ହେବ । ନିଲାମ୍ରୁ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଂଟନ କରାଯିବ ବୋଲି କୋର୍ଟ କହିଛନ୍ତି । ସି-ସୋରର ବାଜ୍ୟାପ୍ତ ସମସ୍ତ ସମ୍ପତି ରଆନୁମାନିକ ୬୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।
ସିସୋର ଚିଟ୍ଫଣ୍ଡ କମ୍ପାନୀ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଠକିଛି । ଏହି ମହା ଠକେଇରେ ହଜାର ହଜାର ଜମାକାରୀଙ୍କ ବିଶ୍ୱାସରେ ବିଷ ଦେଇଥିଲେ ସି ସୋର ଚିଟ୍ ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧା ପରେ ସି-ସୋର ସମେତ ଓଡିଶାର ୪୪ଟି ଚିଟ୍ଫଣ୍ଡ କମ୍ପାନୀର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା । ସିିବିଆଇ ସି-ସୋର ବିରୋଧରେ ଦାୟର କରିଥିବା ଚାର୍ଜସିଟ୍ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା ।
ସେହିପରି ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ପ୍ରିମେନସନ୍ ଅଫ୍ ମନିଂ ଲଣ୍ଡରିଂ ଅକ୍ଟ ବଳରେ ସି-ସୋର କମ୍ପାନୀର ୨୪୨ କୋଟି ଟଙ୍କାର ସଂପତି ଆଟାଚ୍ କରିଥିଲା । ଇଡିର ଚାର୍ଜସିଟ୍ ଅନୁଯାୟୀ, ପ୍ରଶାନ୍ତ ଦାଶ ୨୧ଟି ସେଲ୍ କମ୍ପାନୀ ଓ ୧୩ଟି କୋପରେଟିଭ୍ ସୋସାଇଟି ମାଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଠକିଥିଲେ । ଏନେଇ ଅଭିଯୋଗ ହେବା ପରେ ୨୦୧୩ ମସିହା ଜୁନ୍ ୨୦ ତାରିଖରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ୍ । ପ୍ରାୟ ସାଢେ ୪ବର୍ଷ ଜେଲ୍ରେ ରହିବା ପରେ ଜାମିନ୍ରେ ପାଇଥିଲେ ପ୍ରଶାନ୍ତ । ଚିଠ୍ଫଣ୍ଡ ଠକେଇ ମାମଲାର ଅଭିଯୁକ୍ତ ପ୍ରଶାନ୍ତଙ୍କୁ ମୋଟ୍ ୮ଟି ମାମଲାରେ ହାଇକୋର୍ଟ ଓ ତଳ କୋର୍ଟରୁ ଜାମିନ୍ ଦେଇଛନ୍ତି ।
ପ୍ରଶାନ୍ତଙ୍କ ପୂର୍ବରୁ ସି-ସୋର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୩ଜଣ ଅଭିଯୁକ୍ତ ଜାମିନ୍ରେ ବାହାରିଥିଲେ । ପ୍ରଶାନ୍ତଙ୍କ ପୂର୍ବରୁ ତାଙ୍କ ଭାଇ ପ୍ରଭାତ ଦାଶ ଓ ସି-ସୋର ପାଇଁ ମଧ୍ୟସ୍ଥି ଥିବା ଶୁଭଙ୍କର ନାୟକ ବି ଜାମିନ୍ରେ ମୁକୁଳି ସାରିଥିଲେ ।

Leave A Reply

Your email address will not be published.

one × five =