ସ୍ତ୍ରୀର ମାଡରେ ସ୍ୱାମୀ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳ ସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ କୁଜୁରୁ । ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାଁ ସୁଷମା କୁଜୁର ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ । କିନ୍ତୁ ସେ ପ୍ରତିଦିନ ମଦ ପିଇ ଘରକୁ ଆସୁôଥଲେ ତାଙ୍କ ପତ୍ନୀଙ୍କ ସହିତ ଝଗଡା କରୁଥିଲେ ।
ଗତକାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ପ୍ରକାଶ ତାଙ୍କ ପତ୍ନୀଙ୍କ ମୋବାଇଲ ନେଇ ଯାଇଥିଲେ । ତେବେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ଉତ୍କ୍ଷିପ୍ତ ସୁଷମା ଏକ ଲୁହା ରଡ୍ରେ ପ୍ରକାଶଙ୍କ ମୁଣ୍ଡରୁ ଜୋରରେ ପିଟି ଦେଇଥିଲେ । ଘଟଣାସ୍ଥଳରେ ପ୍ରକାଶଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ତଳ ସରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୁଷମାଙ୍କୁ ଥାନାରେ ଅଟକ ରଖିଛି । ପୋଲିସ୍ ଘଟଣାର ଖୋଳତାଡ କରୁଛି । ସୂଚନାଯୋଗ୍ୟ, ସୁଷମା ଓ ମୃତ ପ୍ରକାଶଙ୍କ ୨ ପୁଅଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ୬Â ଶ୍ରେଣୀରେ ପଢୁଥିବା ଜଣାପଡିଛି ।

Leave A Reply

Your email address will not be published.

5 − 1 =