ହିନ୍ଦୋଳ ଓ ଅତାବିରାରେ ୮୦%ରୁ ଅଧିକ ମତଦାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି (ବିଜ୍ଞପିତ ଅଂଚଳ ପରିଷଦ) ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ଏନ୍ଏସିରେ ୮୦%ରୁ ଉର୍ଧ ମତଦାତା ମତ ସାବ୍ୟସ୍ତ କରିଛନ୍ତି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ପାଗ ଅନୁକୂଳ ଥିବାରୁ ବିଭିନ୍ନ ବୁଥରେ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଉଭୟ ସ୍ଥାନରେ ଶାନ୍ତଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଛି । ଆଜି ହିନ୍ଦୋଳ ଏନଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନରେ ସିଲ୍ ହୋଇଯାଇଛି । ସେହିପରି ଅତାବିରା ଏନ୍ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଫିସର ଓ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅତାବିରାରେ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ।

Leave A Reply

Your email address will not be published.

two + 12 =