୧୨୦ଘଂଟାର ଅପରେସନ୍ ଚମତ୍କାର ଥିଲା : ସିପି

କଟକ: ତେଲେଙ୍ଗାନାରୁ ଧରା ପଡିଥିବା ଗ୍ୟାଙ୍ଗଷ୍ଟାର ହାଇଦରକୁ କମିଶନ୍‌ରେଟ ପୋଲିସ୍ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଆଜି କଟକ ଡିସିପି କାର୍ଯ୍ୟାଳୟରେ କଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିଥିବା ବେଳେ ତାକୁ ମାରାଥନ୍ ଜେରା ଜାରୀ ରଖିଛି । ସେହିପରି ଆଜି ତାକୁ କୋର୍ଟ ଚାଲାଣ କରିବା ପୂର୍ବରୁ ତାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଗତ ୧୦ ତାରିଖ ଦିନ କଟକ ବଡ ଡାକ୍ତରଖାନାରୁ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ ମାରିଥିବା ହାଇଦରକୁ କମିଶନରେଟ ପୋଲିସ ଗତକାଲି ତେଲେଙ୍ଗାନାରୁ ଗିରଫ କରିଥିଲା । ଆଜି ପୋଲିସ୍ ତାକୁ କଟକ ଆଣିବା ପରେ ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୀର୍ଘ ୧୨୦ ଘଂଟା ଅପରେସନ୍ କାହାଣୀ ବେଶ ଚମତ୍କାର ରହିଥିଲା ସେ କହିଛନ୍ତି, ଗତ ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ପାଇଁ କଟକ ଏସସିବି ଆସିଥିଲେ ହାଇଦର । କମିସନରେଟ ହାଇଦରର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି କମିସନରେଟ ପୋଲିସ ଏକ ଟିମ୍ ଗଠନ କରିଥିଲା । ତେଲେଙ୍ଗାନା, ମହାରାଷ୍ଟ୍ରକୁ ଟିମ୍ ଯାଇଥିଲା । ଏହାସହ ସହଯୋଗୀକୁ ଗିରଫ କରାଯାଇଥିଲା । ୧୧ ଓ ୧୨ ତାରିଖ ହାଇଦ୍ରାବାଦ୍‌, ଝାଡଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାରେ ପହଞ୍ଚିଥିଲା ପୋଲିସ୍ ଟିମ୍ ।
ହାଇଦରର ପୁଅ ଓ ଅନ୍ୟ ସହଯୋଗୀ ତାକୁ ଫେରାର କରିବାରେ ସକ୍ଷମ ହୋଇଥିଲା । କଟକ ଡିସିପିଙ୍କ ତତ୍ୱାବଧାନରେ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲାହ । ୧୩, ୧୪, ୧୬ ଏହି ତିନି ଦିନ ଅପରେସନ୍‌ରେ ଆଇଆଇସି ବାଦାମବାଡି ଓ ଚାଉଳିଆଗଞ୍ଜଙ୍କ ମୁଖ୍ୟ ଭୂମିକା ରହିଥିଲା । ପରେ ଗତକାଲି କୁଖ୍ୟାତ ଅପରାଧୀ ହାଇଦର ଏକ ବାଇକରେ ଯାତାୟାତ କରୁଥିବା ସୂଚନା ମିଳିବା ମାତ୍ରେ ତାକୁ ଗିରଫ କରାଯାଇଥିଲା । ଏଥିରେ ତେଲେଙ୍ଗାନା ପୋଲିସ୍‌ର ବହୁ ସାହାର୍ଯ୍ୟ ମିଳିଥିଲା ।
ଗିରଫ କରିବା ମାତ୍ରେ ସେଠାକାର କୋର୍ଟରେ ହାଜର କରାଯାଇଥିଲା । ପରେ ଆଜି ତାକୁ ଓଡିଶା ଅଣାଯାଇ ବିମାନ ଯୋଗେ ଭୁବନେଶ୍ୱର ଓ ପରେ କମିସନରେଟ ପୋଲିସ୍ କଡା ସୂରକ୍ଷାରେ କଟକ ଅଣାଯାଇଛି । ଆଜି ମେଡିକାଲ ପରୀକ୍ଷା ହେବା ପରେ ଅପରାଧୀକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହାଛଡା ଏବେ ଏହି ମାମଲାରେ ୮ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ମଧ୍ୟରେ ୩ଜଣ ଯୁବତୀ ଅନ୍ତଭୁକ୍ତ ଅଛନ୍ତି ।

Leave A Reply

Your email address will not be published.

twelve − 5 =