୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ – ଏକବାର ଉପାସାନା ଦେଖିବାକୁ ଭକ୍ତଙ୍କ ଭିଡ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି, ଗୋଛାବାଡ଼ି, ନିମପଦରରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି | ଏକବାର ଉପାସାନା ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥିଲା | ଗ୍ରାମରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ପାଠ କରାଯାଇଥିଲା | ଶତାଧିକ ମାନସିକ ଦଣ୍ଡୁଆ ଏଥିରେ ସାମିଲୀ ହୋଇଛନ୍ତି | ମା ଙ୍କ ଯାତ୍ରା ଆରମ୍ଭରେ ବହୁ ଶ୍ରଦ୍ଧାଳୁଙ୍କ  ଭିଡ ପରିଲିକ୍ଷିତ ହୋଇଛି | ମାନସିକଧାରୀ ଦଣ୍ଡୁଆମାନେ ଗେରୁଆ ବସ୍ତ୍ର ପରିଧାନ କରି ଓ ହାତରେ ବାନା ପିଞ୍ଛ ସହ ଅଗ୍ନି ଦଣ୍ଡ ଓ ଢୋଲ, ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ |  ଗ୍ରାମ ପରିକ୍ରମା ପରେ ସନ୍ଧ୍ୟା ଆଳତି ଏବଂ ମଧ୍ୟାନ ରାତ୍ରରେ ଭୋଗ ସରିବା ପରେ ଓ ପରଭା ନାଚ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପାଖଆଖ ଅଞ୍ଚଳର  ଲୋକମାନଙ୍କ ଭିଡ ଜମିଥିଲା |

Leave A Reply

Your email address will not be published.

6 − 1 =