୧୪ ଯୋଡା ରେଳ ଚଳାଚଳ ବାତିଲ

ଭୁବନେଶ୍ୱର: ଉତର ରେଳବାଇ ପକ୍ଷରୁ ଗୁରୁବାର ୨୮ଟି ରେଳଗାଡିର ଯାତାୟାତ ବାତିଲ କରାଯାଇଛି । ଏଥିମଧ୍ୟରେ ଦୂରନ୍ତ, ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ରେଳ ସାମିଲ ରହିଛି । ଏହି ଗାଡି ନୂଆଦିଲ୍ଳୀ ସମେତ ବିଭିନ୍ନ ରାଜ୍ୟକୁ ଯାତାୟାତ କରିଥାଏ । ବିଭିନ୍ନ କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏହି ନିଷ୍ପତିି ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି । ଆସନ୍ତା ୯ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ପରବର୍ତୀ ନିଷ୍ପତି ପର୍ଯ୍ୟନ୍ତ ଏଗୁଡିକର ଚଳାଚଳ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି କରୋନା ଭୂତାଣୁ ସଂକ୍ରମଣର ପାଇଁ ୪ ଯୋଡାର ସ୍ୱତନ୍ତ୍ର ରେଳ ସାମୂହିଳ ଭାବେ ବାତିଲ କରାଯାଇଛି । ନୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ସ୍ୱତନ୍ତ୍ର ରେଳରେ କମ ପୃଷ୍ଠପୋଷକତା ଏବଂ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ଏହି ନିଷ୍ପତି ନିଆଯାଇଛି । ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ରେଳ ଜଗଦଲପୁରରୁ ୮ରୁ ୨୨ ମେ’ ଏବଂ ଭୁବନେଶ୍ୱରରୁ ୯ରୁ ୨୩ ମେ’ ବାତିଲ କରାଯାଇଛି । ବିଶାଖାପଟନମ୍‌-କିରନ୍ଦୁଲ-ବିଶାଖାପଟନମ ବିଶେଷ ରେଳ ବିଶାଖାପଟନମରୁ ୭ରୁ ୨୧ ମେ’ ଏବଂ କିରନ୍ଦୁଲରୁ ୮ରୁ ୨୨ ମେ’ ବାତିଲ ହୋଇଛି । ତିରୁପତି-ବିଶାଖାପଟନମ-ତିରୁପତି ବିଶେଷ ରେଳ ତିରୁପତିଠାରୁ ୭ରୁ ୩୦ ମେ’ ଏବଂ ବିଶାଖାପଟନମରୁ ୮ରୁ ୩୧ ମେ’ ପର୍ଯ୍ୟନ୍ତ ବାତିଲ ରହିବ । ସେହିପରି ସିକନ୍ଦରାବାଦ-ବିଶାଖାପଟନମ-ସିକନ୍ଦରାବାଦ ବିଶେଷ ରେଳ ସିକନ୍ଦରାବାଦରୁ ୮ରୁ ୨୯ ମେ’ଏବଂ ବିଶାଖାପଟନମରୁ ୯ରୁ ୩୦ ମେ’ ବାତିଲ କରାଯାଇ ଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ କରୋନାର ପ୍ରାଦୁର୍ଭାବରେ ବହୁ ରେଳକର୍ମୀ ସଂକ୍ରମିତ ହୋଇଛନ୍ତି । ଯାତ୍ରୀସଂଖ୍ୟା ମଧ୍ୟ ହ୍ରାସ ପାଇଛି । ତେଣୁ ପୂର୍ବ ରେଳ କତୃପକ୍ଷ ଆସନ୍ତାକାଲି ୭ ତାରିଖ ଠାରୁ ୧୬ଟି ଟ୍ରେନ ବାତିଲ କରିଛି । ଏହି ଟ୍ରେନ ମଧ୍ୟରେ ହାଓଡା-ରାଂଚି, ହାଓଡା-ଧନବାଦ, ହାଓଡା ଅଜିମଗଞ୍ଜ, ହାଓଡ଼ା ରାମପୁର ହାଟ, ସିଆଲଦା ରାମପୁର ରହିଛି ।

Leave A Reply

Your email address will not be published.

2 × 4 =