ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍ର ନିର୍ମାଣ କାମ ସରିବ । ନୂଆ ରୂପରେ ଆବିର୍ଭାବ ହେବ ଖଣ୍ଡଗିରି ଟ୍ରାଫିକ୍ ଛକ । ରାଜଧାନୀର ସମସ୍ତ ଫ୍ଲାଏଓଭର ବ୍ରିଜ୍ ମଧ୍ୟରେ ଏହା ହେବ ସବୁଠାରୁ ସୁନ୍ଦର । ଓଭରବ୍ରିଜ୍ ଉପରେ ଅଂଶ ଯେମିତି ତଳେ ସର୍ଭିସ୍ ରୋଡ୍କୁ ମଧ୍ୟ ସେମିତି ସୁନ୍ଦର ରୂପ ଦିଆଯିବା ଦିନେ ବ୍ଲାକ୍ସ୍ପଟ୍ ଭାବେ ପରିଚିତି ଲାଭ କରିଥିବା ଏହି ଟ୍ରାଫିକ୍ ଛକକୁ ଭିଡ଼ିମୁକ୍ତ ଓ ଦୁର୍ଘଟଣାମୁକ୍ତ ଛକ ଭାବେ ପରିଣତ କରାଯିବ । ବ୍ଲାକସ୍ପଟ୍ର ବଦନାମ ବଦଳିଯିବା ଏହି ଟ୍ରାଫିକ୍ ଛକକୁ ଭିଡ଼ମୁକ୍ତ ଓ ଦୁର୍ଘଟଣାମୁକ୍ତ ଛକ ଭାବେ ପରିଣତ କରାଯିବ । ବ୍ଲାକସ୍ପଟ୍ର ବଦନାମ ବଦଳିଯିବା ନିର୍ମାଣାଧୀନ ଏହି ଓଭରବ୍ରିଜ୍ର ୫୨ ପ୍ରତିଶତ କାମ ଶେଷ ହୋଇଛି । ଏହି ୬ ଥାକିଆ ଓଭରବ୍ରିଜ୍ ପାଇଁ ବର୍ତମାନ ସୁଦ୍ଧା ପାଖପାଖି ୮୦ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି । ୨୦୧୯ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ରାସ୍ତା ବନ୍ଦ ହୋଇ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା ଓ ଚଳିତ ବର୍ଷ ଜୁନ୍ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ କେତେକ ଅନିବାର୍ଯ୍ୟ କାରଣତଃ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରି ନଥିଲେ ହେଁ ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଭରବ୍ରିଜ୍ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଓଭରବ୍ରିଜ୍ ନିର୍ମାଣ ହେଲେ ମଧ୍ୟ ସର୍ଭିସ ରୋଡ୍ ଦେଇ ଖଣ୍ଡଗିରି ଓ ଜାଗମରା ଆଡ଼କୁ ଲମ୍ବିଥିବା ରାସ୍ତାରେ ଭିଡ଼ ହେବା ଆଶଙ୍କା ଦେଖା ଦେବାରୁ ପୁଣି ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଖଣ୍ଡଗିରି ପାହାଡ଼ ପଟୁ ଜାତୀୟ ରାଜପଥରେ ମିଶିଥିବା ରାସ୍ତାକୁ ଏନ୍ଏଚ୍ ପାଶ୍ୱର୍ରୁ ପାହାଡ଼ ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତୀକରଣ କରାଯାଉଛି । ସେହି ଅଂଶରୁ ୧୭୦ ମିଟର ପର୍ଯ୍ୟନ୍ତ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଇଂ ପ୍ରଧାନ କହିଛନ୍ତି । ସେଥିପାଇଁ ଏନ୍.ଏଚ୍ ସଂଲଗ୍ନ ଦି ୱାର୍ଲଡ୍ ବ୍ୟବସାୟିକ କୋଠାକୁ ଭଙ୍ଗା ଯାଇଛି । ଏହି ଅଂଶ ପ୍ରଶସ୍ତ ହେବା ଫଳରେ ଖୋର୍ଦ୍ଧା ପଟୁ ପାହାଡ଼ ଆଡ଼କୁ ଏବଂ ପାହାଡ଼ ପଟୁ ବରମୁଣ୍ଡା- ଭୁବନେଶ୍ୱର ଆଡ଼କୁ ଯିବାକୁ ଥିବା ଯାନବାହନ ଆଉ ଭିଡ଼ କରିବେ ନାହିଁ କି ଭିଡ଼ରେ ଫସିବେ ନାହିଁ । ସେହିଭଳି ଅପରପାଶ୍ୱର୍ରେ ଜାଗମରା ଆଡ଼କୁ ଳମ୍ବିଥିବା ରାସ୍ତାକୁ ଏନ୍ଏଚ୍ଠାରୁ ଜାଗମରା ଦିଗରେ ୩୦ ମିଟର ପର୍ଯ୍ୟନ୍ତ ପ୍ରଶସ୍ତ କରାଯିବ । ତେଣୁ ବରମୁଣ୍ଡାରୁ ଖଣ୍ଡଗିରି ଦେଇ ଗଣ୍ଡମୁଣ୍ଡା ଦିଗରେ ଓ ଜାଗମରା ପାଶ୍ୱର୍ରୁ ଆଇଗିଣିଆ-ଡୁମୁଡୁମା ଦିଗରେ ଯିବାକୁ ଥିବା ଯାନାବାହାନ ଭିଡ଼ରେ ଫସିବେ ନାହିଁ । ତେଣୁ ଆଗାମୀ ଦିନରେ ଭୁବନେଶ୍ୱର ଏନ୍ସ, ଆମ୍ରି, ସମ୍ ହସ୍ପିଟାଲକୁ ଯାତାୟାତ କରୁଥିବା ଆମ୍ବଲାନ୍ସଗୁଡ଼ିକ ଆଉ ଭିଡ଼ରେ ଫସିବା ସମସ୍ୟା ରହିବ ନାହିଁ । ଜାତୀୟ ରାଜପଥ ପ୍ରାଧିକରଣ, ଭାରତ ଏନ୍ଏଚଏଆଇ ଅଧୀନରେ ଆର୍.କେ.ଡି କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍ ଏହି ନିର୍ମାଣ ଦାୟିତ୍ୱ ବହନ କରିଛି । ଏନ୍ଏଚ୍ଏଆଇର ବୈଷୟିକ ପରାମର୍ଶ ସେବାର ଯନ୍ତ୍ରୀ ଇଂ ଜଳଧର ପ୍ରଧାନଙ୍କ ସୂଚନାନୁସାରେ, ୬ ଥାକିଆ ଏହି ଓଭରବ୍ରିଜ୍ ତଥା ମୁଖ୍ୟ ପୋଲର ଲମ୍ବ ୧ କିଲୋମିଟର । ଏହା ବ୍ୟତୀତ ଆଇଗିଣିଆ-ଖୋର୍ଦ୍ଧା ଓ ବରମୁଣ୍ଡା-ଭୁବନେଶ୍ୱର ପାଶ୍ୱର୍ ସଂଯୋଗୀକରଣ ରାସ୍ତାର ଲମ୍ବ ରହିଛି ୧.୨୩୦ କିଲୋମିଟର । ଏମିତି ମୋଟ ୨ କିଲୋମିଟର ୨୩୦ ମିଟର ଲମ୍ବର ଏହି ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରାଯାଉଛି । ୬୮ଟି ଖମ୍ବ ପିଲାର୍ ଓ ୬୬ଟି ସ୍ପାନ୍ ବିଶିଷ୍ଟ ଏହି ଓଭରବ୍ରିଜ୍ର ଉଭୟ ପାଶ୍ୱର୍ରେ ଥିବା ୨ କିଲୋମିଟର ଲମ୍ବର ସର୍ଭିସ ରୋଡ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏବେ ପିଲାର ସଂଯୋଗୀକରଣ କାମ ମଧ୍ୟ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ଉଭୟ ପାଶ୍ୱର୍ ସର୍ଭିସ ରୋଡ୍, ଡ୍ରେନ୍, କଲଭର୍ଟ, ଖମ୍ବ ନିର୍ମାଣ ସହ ୧୭ଟି ସ୍ପାନ୍ରେ ଛାତ ଢଳେଇ କାମ ଶେଷ ହୋଇଛି ।