+୨ କଟଅଫ୍ ମାର୍କ : ରେଭେନ୍ସା ପ୍ରଥମ ସ୍ଥାନରେ

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ପାଇଁ ଶୁକ୍ରବାର ମେଧା ତାଲିକା (ମେରିଟ୍ ଲିଷ୍ଟ) ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି । ଶୁକ୍ରବାର ପୂର୍ବାହ୍ନ ସମୟରେ ସାମ୍ସ ୱେବସାଇଟ୍ରେ ( HTTPS : // SAMSODISHA.GOV.IN / JUNIORWEB.ASPX) ପ୍ରଥମ ପର୍ଯ୍ୟା କଟ୍ ଅଫ୍ ମାର୍କ ବା ମେଧା ତାଲିକା ପ୍ରକାଶ ପାଇଛି ।
କଳାରେ ୭୨.୫% କଟ୍ ଅଫ୍ ମାର୍କ ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି । ଦ୍ୱିତୀୟ ସ୍ଥାନରେ ବିଜେବି କଲେଜ ୭୧.୮୩% କଟ୍ ଅଫ୍ ମାର୍କ ରହିଛି । ସେହିପରି ୬୭.୮୩% ସହ ତୃତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ବିଜ୍ଞାନରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜର କଟ୍ଅଫ୍ ମାର୍କ ୮୯% ରହିଛି । ଦ୍ୱିତୀୟରେ ୮୮.୬% ସହ ବିଜେବି ଜୁନିଅର କଲେଜ୍ ଓ ୮୬.୬୭% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ରହିଛି । ସେହିପରି ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି । ୭୫.୫% ସହ ଦ୍ୱିତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ୍ । ବାଣିଜ୍ୟରେ ବିଜେବି ଜୁନିଅର କଲେଜ୍ ୭୪% ସହ ତୃତୀୟରେ ରହିଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କର ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

sixteen + 19 =