୩ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଉଥିଲା ବେଳେ ଆଜି ସଂକ୍ରମଣ ହାର ୯.୧୦କୁ ହ୍ରାସ ପାଇଛି । ଗତ ମେ’ମାସ ୨୨ତାରିଖ ଦିନ ରାଜ୍ୟରେ ସଂକ୍ରମଣ ହାର ୨୩% ଥିବା ବେଳେ ଗତ ୧୬ଦିନ ମଧ୍ୟରେ ପଜିଟିଭ୍ ୧୨% ହ୍ରାସ ପାଇଛି । ଗତକାଲି ରାଜ୍ୟରେ ୬୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ କରୋନା ପରୀକ୍ଷା ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ପଜିଟିଭ୍ ହାର ୯.୧୦ ରହିଛି । ପ୍ରକାଶ ଥାଉକି ଗତକାଲି ପଜିଟିଭ୍ ହାର ୯.୭୨% ଥିଲା । ରାଜ୍ୟରେ ଏବେ ମହାମାରୀ ସଂକ୍ରମଣ ହାର ଦୈନିକ ୧ରୁ ୦.୫% ହ୍ରାସ ପାଇବାରେ ଲାଗିଛି । ଏହି ଧାରା ଯାରୀ ରହିଲେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅନ୍ତିମ ସମୟ ବେଳକୁ ପଜିଟିଭ୍ ହାର ୫%କୁ ଖସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ମୃତ୍ୟୁ ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ର ଆଇସିୟୁରେ ୬୦%ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବାରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩ହଜାର ଅତିକ୍ରମ କରିଥିଲା ବେଳେ ଆଜି ୪୧ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଉଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ୨୧ଜିଲାରୁ ୪୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ୬ । ସୁନ୍ଦରଗଡରୁ ୪,ପୁରୀ ଓ ଗଞ୍ଜାମରୁ ୩ ଲେଖାଏଁ, ବରଗଡ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୁରଭଞ୍ଜ,ସମ୍ବଲପୁର ଓ ସୁବର୍ଣ୍ଣପୁରରୁ୨ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ,ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ ରାଜ୍ୟରେ ୬,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୧୬ଜଣ, ବାଲେଶ୍ୱରରୁ ୧୯୫ ଜଣ, ବରଗଡ଼ରୁ ୧୬୪ ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେବଗଡ଼ରୁ ୨୯ ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ ଜଣ, ଗଞ୍ଜାମରୁ ୯୩ ଜଣ, ଜଗତସିଂହପୁରରୁ ୨୧୮ ଜଣ, ଯାଜପୁରରୁ ୫୬୩ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, କଳାହାଣ୍ଡିରୁ ୮୦ ଜଣ, କନ୍ଧମାଳରୁ ୧୪୩ ଜଣ, କେନ୍ଦ୍ରାପଡ଼ାରୁ ୨୧୭ଜଣ, କେଉଁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ ଜଣ, କୋରାପୁଟରୁ ୧୮୦ ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୬୬ ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୧୦୮ ଜଣ, ସମ୍ୱଲପୁରରୁ ୧୦୩ଜଣ, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲରୁ ୧୦୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୧୯,୨୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭,୩୯,୩୭୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୬, ୭୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

nineteen − eighteen =