୩୦ ଯାଏ ୭ ଯୋଡ଼ା ପାସେଞ୍ଜର ଟ୍ରେନ୍ ବାତିଲ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣ ରୋକିବା ଓ ଯାତ୍ରୀ ନ ହେବା କାରଣରୁ ଜୁନ୍ ୩୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ୨୧ରୁ ୩୦ ମଧ୍ୟରେ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-କଟକ-ପୁରୀ(୦୮୪୩୨/୦୮୪୩୧), ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର(୦୮୪୯୩/୦୮୪୯୪), ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର (୦୮୪୫୬/୦୮୪୫୫), ଭୁବନେଶ୍ୱର-ଭଦ୍ରକ- ଭୁବନେଶ୍ୱର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩) ଟ୍ରେନ୍ । ଜୁନ୍ ୨୧ରୁ ଜୁଲାଇ ପହିଲା ମଧ୍ୟରେ ବାତିଲ ହେଉଥିବା ବିଶେଷ ଟ୍ରେନଗୁଡ଼ିକ ହେଲା, ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର (୦୮୪୪୫.୦୮୪୪୬), ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ବିଶାଖାପାଟଣା-କିରନ୍ଦୁଲ-ବିଶାଖାପାଟଣା, ବିଶାଖାପାଟଣା-କାଚେଗୁଡ଼ା-ବିଶାଖାପାଟଣା, ବିଶାଖାପାଟଣା-କଡପା-ବିଶାଖାପାଟଣା, ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଟ୍ରେନ୍ । ଶନିବାର ଓ ରବିବାର ବାତିଲ୍ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ଭୁବନେଶ୍ୱର-ପଲାସା-ଭୁବନେଶ୍ୱର (୦୮୪୩୩/୦୮୪୩୪), ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର (୦୨୮୯୨/୦୨୮୯୧) ଟ୍ରେନ୍ । ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ (୦୮୪୨୮/୦୮୪୨୭) ଉଭୟ ଦିଗରୁ ଜୁନ୍ ୨୧ ଓ ୨୫ ଏବଂ ଜୁନ୍ ୨୮ରୁ ୩୦ ମଧ୍ୟରେ ପୁରୀ ଓ ତାଳଚେର ମଧ୍ୟରେ ଚାଲିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ(ପିଆରଏସ) କାଉର୍ଣ୍ଟ ଖୋଲା ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

11 + eight =