ଭୁବନେଶ୍ୱର: କମିଶନ ରେଟ ପୋଲିସ୍ ଆଜି ଝାଡଖଣ୍ଡରେ ଏକ ଠକ୍ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋଟିଏ ଟଙ୍କା ଜବତ କରିଛି । ଗିରଫ ଠକଙ୍କ ମଧ୍ୟରେ ୩ଜଣ ପୋଲିସ୍ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଥିବା କୁହାଯାଇଛି । ଟଙ୍କାକୁ ୨ଗୁଣା କରିଦେବା ପାଇଁ ଝାଡଖଣ୍ଡର ଏକ ଠକ୍ ଦଳ ଆଜି ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେ ଥିବା ଓୟୁୟୋ ହୋଟେଲ୍ରେ ଆଜି ଉଦ୍ୟମ କରୁଥିଲା ବେଳେ ପୋଲିସ୍ ଅଚାନକ୍ ଚଢାଉ କରି ସେମାନଙ୍କୁ ଗିରଫ କରିଛି ।
ଘଟଣାରୁ ପ୍ରକାଶ ଯେ. ରାତାରାତି କୋଟି ପତି ହବାର ସ୍ୱପ୍ନଦେଖି ୩ଜଣ ପୋଲିସ୍ କର୍ମଚାରୀ ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲେ । ସେମାନେ ମୟୁରଭଞ୍ଜ ଜିଲ୍ଲାର କାନ୍ତ ସାହା ନାମକଜଣେ ବ୍ୟବସାୟୀଙ୍କୁ ଠକିବାକୁ ଉଦ୍ୟମ କରିଥିଲେ । କୋଟିଏ ଟଙ୍କାକୁ ଦେଢ କୋଟି ଟଙ୍କା କରିଦେବାର ଲୋଭ ଦେଖାଇ ତାଙ୍କୁ ଭୁବନେଶ୍ୱର ଡାକିଥିଲେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢୀ ଓ ରାଜ ରାଇ ବାହାଦୂର । ଲୋଭର ବଶବତର୍୍ୀ ହୋଇ କମଳ ୧ ଲକ୍ଷ ଟଙ୍କା । ଓୟୋ ହୋଟେଲ୍ରେ କାରବାର ଚାଲିଥାନ୍ତା, ହେଲେ ଷଡଯନ୍ତ୍ରୋର ସାମଲି ପୋଲିସ୍ ଅଧିକାରୀ ସେଠାରେ ବେଟିଂ ଚାଲୁଥିବା କହି ରେଡ୍ କରାଇଥିଲେ । ଉଦେ୍ଧଶ୍ୟ ଥିଲା ବ୍ୟବସାୟୀଙ୍କ ଟଙ୍କା ହଡପ କରିବା । ପୋଲିସ୍ ୩୧ଟି ଟଙ୍କା ପ୍ୟାକେଟ୍ ଜବତ କରିଥିବା ବେଳେ ୯ଟି ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ ହାବିଲଦ୍ାର ଦିଲ୍ଳୀପ ମଲ୍ଳିକ ସମେତ ୨କନେଷ୍ଟବଳ ସନ୍ଦୀପ ପୃଷ୍ଟି ଓ ପ୍ରଫୁଲ୍ଳ ଭୂୟାଁ ।