୭୬ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ

ବାରିପଦା: ବୁଧବାର ମୟୂରଞ୍ଜ ଜିଲ୍ଲାରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସୁପାରିଶ କ୍ରମେ ଜିଲ୍ଲା ମେଡିକାଲ ବୋର୍ଡ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ତତ୍ୱାବଧାନରେ ଏବଂ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ପତିଙ୍କ ସହଯୋଗ କ୍ରମେ ଏହି ଭିନ୍ନକ୍ଷମ ପ୍ରମାଣ ପତ୍ର ଶିବିରରେ ଶ୍ରବଣ ବାଧିତ, ଭେଷଜ, ଅସ୍ତିଶଲ୍ୟ, ମାନସିକ ବିଭାଗର ମୋଟ୍ ୭୬ ଜଣଙ୍କର ଅନ୍ଲାଇନ୍ ପିକରଣ ଓ ନିଦାନ କରାଯାଇ ୟୁ.ଡି.ଆଇ.ଡି. ନମ୍ବର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ଏହି ମେଡିକାଲ ବୋର୍ଡରେ ପଣିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର, ଚକ୍ଷୁ, ନାଶା, କର୍ଣ୍ଣ ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡ. ବିଶ୍ୱନାଥ ଦାସ, ଭେଷଜ ବିଭାଗୀୟ ବରିଷ୍ଠ ବିଶେଷଜ୍ଞ ଡ. ତପନ କୁମାର ଆଚାର୍ଯ୍ୟ, ମାନସିକ ବିଭାଗର ଡ. ପ୍ରଦୀପ କୁମାର ନାୟକ, ଚକ୍ଷୁ ବିଭାଗର ଡ. ମିତା ମିଶ୍ର, ଅସ୍ଥିଶଲ୍ୟ ବିଭାଗର ଡ. ମୋହନ ଚରଣ ମୁର୍ମୁ ନିରିକ୍ଷଣ କରିଥିଲେ ।

Leave A Reply

Your email address will not be published.

10 − nine =