କଟକ: ମାଟ୍ରିକ୍, ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ପାଇଁ ରାଜ୍ୟରେ ହୋଇଥିବା ୬୦ଟି ମୂଲ୍ୟାୟନ କେନ୍ଦ୍ର ମଧ୍ୟରୁ ୫୩ଟି କେନ୍ଦ୍ରରେ ଖାତା ଦେଖା ଶେଷ ହୋଇଛି । ଜୁଲାଇ ୫ ତାରିଖ ସୁଦ୍ଧା ବାକି ରହିଥିବା ଆଉ ୭ଟି କେନ୍ଦ୍ରରେ ଖାତା ଦେଖା ସରିଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୦ ତାରିଖ ସୁଦ୍ଧା ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖା ଶେଷ କରିବାକୁ ସ୍ଥିର କରାଯାଇଥିଲା । ହେଲେ ସଟ୍ଡାଉନ୍ ଯୋଗୁଁ ରାଜ୍ୟର ୭ଟି ମୂଲ୍ୟାୟନ କେନ୍ଦ୍ର ଯଥା କଟକର ୩ଟି କେନ୍ଦ୍ର ସମେତ ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଗୋଟିଏ ଲେଖାଏଁ କେନ୍ଦ୍ରରେ ଖାତା ଦେଖା ଶେଷ ହୋଇପାରିନାହିଁ । ଏହି କେନ୍ଦ୍ରରେ ଓଡ଼ିଆ ଓ ବିଜ୍ଞାନ ଖାତା ଦେଖା ବାକି ରହିଛି ।