ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ଶିକ୍ଷାଦାନରେ ନିୟୋଜିତ ହେବେ । ତେବେ ରବିବାର କ୍ଲାସ୍ ହେବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ୍ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରପି ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନୱାଡି ଖୋଲିଲାଣି । କେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲାଯିବ ସେ ନେଇ ମନ୍ତ୍ରୀ ସ୍ପଷ୍ଟ ଭାବେ ସୂଚନା ଦେଇ ନଥିଲେ ବି ଠିକ୍ ସମୟରେ ଖୋଲାଯିବ ବୋଲି କହିଛନ୍ତି ।