ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା +୨ ପରୀକ୍ଷାଫଳ

ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ଏହି ସୂଚନା । ​‌ସେ କହିଛନ୍ତି ଯେ ଖାତା ଦେଖା ସରିଛି ଓ ଟାବୁଲେସନ ଚାଲିଛି । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ ଓ କଳା ପରୀକ୍ଷାଫଳ ଶେଷ ସପ୍ତାହରେ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଶିକ୍ଷା ଦିଆଯିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ତାଲିମ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାଦାନ ଯେପରି ପ୍ରଭାବିତ ନ ହେବ ଓ ପରୀକ୍ଷାଫଳ ହାର ବୃଦ୍ଧି ପାଇବ ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରକୋଷ୍ଠରେ ଶିକ୍ଷକମାନଙ୍କୁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ତାଲିମ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

19 − 4 =