ଯୁକ୍ତ-୨ରେ ବଢିବ ସିଟ୍‌

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ-୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ କଲେଜ୍ ଗୁଡିକରେ କୌଣସି ସମସ୍ୟା ଉପୁଜିବ ନାହିଁ ଆବଶ୍ୟକ ହେଲେ କଲେଜ୍ ଆଧାରରେ ଆସନ (ସିଟ୍‌) ସଂଖା ବୃଦ୍ଧି କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି । ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଛି । ତାସହ କଲେଜକୁ ଆଧାର କରି ସିଟ୍ ବୃଦ୍ଧି କରାଯିବ ବୋଲି କହିଛନ୍ତ ମନ୍ତ୍ରୀ ।
ସିବିଏସ୍‌ଇ, ଆଇସିଆଇସି ରେଜଲ୍ଟ ବାହାରିବା ପରେ ପିଲାମାନେ ନିଜ ମାର୍କ ଓ ଇଚ୍ଛା ମୁତାବକ ବିଭିନ୍ନ କଲେଜରେ ପଢ଼ିବା ପାଇଁ ଆବେଦନ କରିପାରିବେ । ପିଲାମାନଙ୍କ କୌଣସି ନିର୍ଦ୍ଦିଷ୍ଟ କଲେଜ ପ୍ରତି ଅଧିକ ଆଗ୍ରହ ଥିଲେ, ଆବଶ୍ୟକତା ଅନୁଯାୟୀ, ସେହି କଲେଜର ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.

eighteen + seventeen =