ରାଜ୍ୟରେ ପୁଣି ବଢିଲା ସଂକ୍ରମଣ ୪୬ ମୃତ, ୩୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା ବେଳେ ଆଜି ପୁଣି ଉପର ମୁହାଁ ହୋଇଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାରକୁ ଟପିଥିଲା ବେଳେ ୪୬ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସରକାରୀ ସୁତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଆଜି ଦିନକରେ ୩୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ଜଣ ସ୍ଥାନୀୟ ସଂକ୍ରମିତ । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮ ଲକ୍ଷ ୪୮ ହଜାର ୯୬୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୪୨ ହଜାର ୧୬ ଜଣ ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁୁଗୁଳରୁ ୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୪ ଜଣ, ବରଗଡ଼ରୁ ୬୯ ଜଣ, ଭଦ୍ରକରୁ ୧୯୪ ଜଣ, ବଲାଙ୍ଗୀରରୁ ୨୮ ଜଣ, ବେ?ଦ୍ଧରୁ ୨୫ ଜଣ, କଟକରୁ ୪୮୦ ଜଣ, ଦେଓଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୭ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୯ ଜଣ, ଜଗତ୍‌ସିଂହପୁରରୁ ୮୧ ଜଣ, ଯାଜପୁରରୁ ୨୬୭ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, କେନ୍ଦୁଝରରୁ ୭୩ ଜଣ, ଖୋର୍ଦ୍ଧାରୁ ୪୯୯ ଜଣ, କୋରାପୁଟରୁ ୮୧ ଜଣ, ମାଲକାନଗିରିରୁ ୮୨ ଜଣ, ମୟୂରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୪୨ ଜଣ, ନୟାଗଡ଼ରୁ ୧୨୬ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୨୮୯ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୪୩ ଜଣ, ସୁନ୍ଦରଗଡ଼ରୁ ୯୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ମୃତକଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ସର୍ବାଧିକ ୭,ବରଗଡ,କଟକ,ପୁରୀରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଝାରସୁଗୁଡା, ସମ୍ବଲପୁରରୁ ୪ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଜଗତସିଂହପୁର,ସୁନ୍ଦରଗଡରୁ ୩ ଲେଖାଏଁ, ଗଞ୍ଜାମ,କଳାହାଣ୍ଡି,ମୟୁରଭଞ୍ଜରୁ ୨ ଲେଖାଏଁ,କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ,ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୧୭ରେ ପହଞ୍ଚିଛି ।

Leave A Reply

Your email address will not be published.

fifteen − twelve =