ମସ୍କୋ: ଋଷର ରାଷ୍ଟପତି ବ୍ଲାଦିମିର ପୁତିନଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଲୋକପ୍ରିୟ ଗର୍ଭନର ସର୍ଗେଇ ଫୁରଗାଲଙ୍କ ଗିରଫଦାରୀ ପରେ ବହୂ ସଂଖ୍ୟାର ସ୍ଥାନୀୟ ଲୋକ ସଡକ ଉପରକୁ ବାହାରି ଆସିଛନ୍ତି । ପ୍ରଦର୍ଶନକାରୀ ‘ପୁତିନ ଇସ୍ତଫା ଦିଅ’ ସ୍ଲୋଗାନ ଦେଉଥିବା ବେଳେ ସ୍ଥାନୀୟ ଗର୍ଭନର ସର୍ଗେଇ ଫୁରଗାଲଙ୍କ ମୁକ୍ତିର ଦାବି କରିଛନ୍ତି । ଏହି ବିରୋଧ ପ୍ରଦର୍ଶନ ଚୀନକୁ ଲାଗିଥିବା ସୀମାନ୍ତ ଅଂଚଳର ଖବରୋଷ୍କ ଓ ଅନ୍ୟ କେତେକ ସ୍ଥାନରେ ଜାରି ରହିଛି । ବିଶ୍ଳେଷକମାନେ କହିଛନ୍ତି ଯେ , ଏହି ଗିରଫ ସୂଚାଉଛି ଯେ ପୁତିନ୍ ଲୋକଙ୍କ ସହ ଖେଳିବାକୁ ଭୋଟ୍ ହାସଲ କରିଛନ୍ତି । ଏହା ତାଙ୍କ ପାଇଁ ଯେ କୈାଣସି ସମୟରେ ସଙ୍କଟ ନେଇ ଆଣିପାରେ ।