ମେଡିକାଲ ଯାଉଥିବା ଲୋକକୁ ଗାଁ ମନା

ରାୟଗଡା: ମେଡିକାଲ ଯାଉଥିବା ଲୋକକୁ ଗାଁରେ ପ୍ରବେଶ ମନା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଂଚାୟତର ନୂଆଗାଁରେ । ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡା ଡାକ୍ତରଖାନା ନେଇଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ଯିବାକୁ କହିଥିଲେ । ସେଠାରୁ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ବଡ ଡାକ୍ତରଖାନା ଯାଇଥିଲେ । କିନ୍ତୁ କଟକରେ ଚିକିତ୍ସା ହୋଇ ନପାରିବାରୁ ସେମାନେ ଗାଁକୁ ଫେରି ଆସିଥିଲେ । କିନ୍ତୁ ଏବେ ତାଙ୍କୁ ଗା୍ରମ ବାସୀ ଗାଁରେ ପୁରେଇ ଦେଉନାହାଁନ୍ତି । ଶେଷରେ ସେ ବାଧ୍ୟ ହୋଇ ନୂଆଗାଁ ଯାତ୍ରୀ ବିଶ୍ରାମଗାରରେ ରହିଛନ୍ତି ।

Leave A Reply

Your email address will not be published.

16 − five =