କଟକ: ଏସସିବି ମେଡିକାଲ ଫୁଣି ଆଉ ଥରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି । ଏସସିବି ମେଡିକାଲର ହ୍ରୁଦଶଲ୍ୟ ବିଭାଗରେ ଆଜି ଏକ ଜଟିଳ ଅପରେସନ୍ ମାଧ୍ୟମରେ ଜଣେ ବ୍ୟକ୍ତିର ଛାତିରୁ ତୀର ବାହାର କରାଯାଇଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ହରିଚନ୍ଦନପୁର ଅଚଂଳର ଭାଗବତ ମାଝୀ । ତୀରଟି ଭାଗବତଙ୍କ ଛାତିରେ ପଶି ପିଠି ପଛ ପର୍ଯ୍ୟନ୍ତ ଗଳିଯାଇଥିଲା । ତୀର ମାଡରେ ଛାତିରୁ ହାତକୁ ସଂଯୋଗ କରୁଥିବା ଏକ ଧମନି କଟିଯାଇଥିଲା । ହୃଦ୍ବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତରେ ଏକ ଡାକ୍ତରୀ ଟିମ୍ ଦୀର୍ଘ ୩ ଘଂଟା କାଳ ଅପରେସନ୍ କରି ତୀରକୁ ବାହାରକରିଛନ୍ତି ।