ଆଜିଠାରୁ ଅନଲକ୍ ଥ୍ରୀ ଜାରି


ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଅନଲକ୍ ଥ୍ରୀ । ଅନଲକ୍ ଥ୍ରୀ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅନଲକ୍ ଥ୍ରୀ ରେ ପୂର୍ବପରି ରାତ୍ରକାଳୀନ କଫୁ୍ର୍ୟ ବଳବତର ରହିବ । ରାତ ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । କିନ୍ତୁ ରାତ୍ରକାଳୀନ କଫୁ୍ର୍ୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । କଂଟେନମେଂଟ ଜୋନାରେ ଲକଡାଉନ ସଂପୂର୍ଣ୍ଣ ୂ ରୂପେ ଜାରି ରହିବ । କଂଟେନମେଂଟ ଜୋନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଜାରି ରହିବ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଧାର୍ମିକ ଅନୁଷ୍ଠାନ , ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ, ସୁଇମିଂ ପୁଲ୍, ଥିଏଟର, ଆସେମ୍ବ୍ଲି ହଲ, ସାମାଜିକ, ରାଜନୈତିକ କାର୍ଯ୍ୟ ଉପରେ କଟକଣା ବଳବତର ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ପରୀକ୍ଷାକୁ ଅନୁମତି ମିଳିଛି । ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ ଖୋଲାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

10 + eight =