କେନ୍ଦୁଝର ଜିଲ୍ଲାର ଐତିହାସିକ ପଦକ୍ଷେପ

କେନ୍ଦୁଝର: ରାଜ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ଜିଲ୍ଲା ଭାବେ ଐତିହାସିକ ପଦକ୍ଷେପ ନେଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ସାଙ୍ଗକୁ ମାଗଣା ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ବଂଟନ କରାଯିବ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇ କହିଛନ୍ତି, ଦଶମ ବୋର୍ଡ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଭଲ ପଦର୍ଶନ କରିବେ ସେମାନଙ୍କୁ ୧୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ର ବୃତି ପ୍ରଦାନ କରାଯିବ । ପ୍ରାଥମିକ ଶିକ୍ଷା ସହ ମାଧ୍ୟମିକ ଶିକ୍ଷାକୁ ଯୋଡିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ସରକାରୀ ବିଦ୍ୟାଳୟଗୁଡିକରେ ଉପସ୍ଥାନ ବୃଦ୍ଧିର ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.

10 + 6 =