ଖଣି ଖନନରେ ଅନିୟମିତତା

ଭୁବନେଶ୍ୱର: ଉଚ୍ଚ ଶ୍ରେଣୀର ଖଣିଜ ପଦାର୍ଥ ଗୁଡିକୁ ନିମ୍ନମାନର ଦେଖାଇ ପରିବହନ କରାଯାଉଥିବାର ଅଭିଯୋଗ ହୋଇଛି । ଏଥିପାଇଁ ଗତ ୩-୪ବର୍ଷ ମଧ୍ୟରେ ଖଣିକୁ ଦିଆଯାଇଥିବା ଷ୍ଟାକିଂ ଏବଂ ତଦନ୍ତ ଓ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଇସ୍ପାତ ଏବଂ ଖଣି ବିଭାଗଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନେକ ମାମଲାରେ , ସମ୍ପୃକ୍ତ ଅଂଚଳର ଖଣି ଇନ୍ସପେକ୍ଟରମାନେ ଆବେନଦ ତାରିଖ ଦିନ ହିଁ ଯାଚଂ ରିପୋର୍ଟ ପ୍ରଦାନ କରନ୍ତି , ଯାହା ପ୍ରକୃତରେ ସମ୍ଭବ ନୁହେଁ । ଏପରିକି ସାଇଟ୍ ଯାଂଚ ନକରି ଅନଲାଇନରେ ଯାଂଚ ରିପୋର୍ଟ ଜାରି କରାଯାଇଛି ବୋଲି ସାମାଜିକ ସଂଗଠନର ସଚିବ ସୁବ୍ରତ ତ୍ରୀପାଠୀ ସୂଚନା ଦେଇଛନ୍ତି । ଏହାକୁ ରୋକିବାକୁ ହେଲେ ଡ୍ରୋନ୍ ଦ୍ୱାରା ଖଣି ଖନନ ଏବଂ ପରିବହନ ଉପରେ ନଜର ରଖିବାକୁ ତ୍ରୀପାଠୀ ଦାବି କରିଛନ୍ତି ।

Leave A Reply

Your email address will not be published.

10 − three =