ରାମ ମନ୍ଦିର ନିର୍ମାଣ ହେଲେ ଅଯୋଧ୍ୟା ଫେରିବି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜା କରିବାକୁ ଯାଉଛନ୍ତି । ସବୁଠାରୁ ବଡ କଥା ହେଲା ଯେ , ଆଜକୁ ଠିକ୍ ୨୯ ବର୍ଷ ପୂର୍ବେ ସେ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି । ୧୯୯୧ ମସିହା ରାମ ମନ୍ଦିର ଆନେ୍ଦାଳନ ସମୟରେ ସେ ଜଣେ ଫଟୋଗ୍ରାଫରଙ୍କ ସହିତ କଥାବାର୍ତା ସମୟରେ କହିଥିଲେ- ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ହେବ , ସେ ସେହିଦିନ ଅଯୋଧ୍ୟା ଫେରିବେ । ଫଟୋଗ୍ରାଫର ମହେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ , ଆଜି ବି ମୋର ସେହି ଦିନ କଥା ମନେ ପଡୁଛି । ଯେଉଁ ଦିନ ମୋଦୀ ବିଜେପି ବରିଷ୍ଟ ନେତା ମୁରଲୀ ମନୋହର ଯୋଶୀଙ୍କ ସହିତ ଅଯୋଧ୍ୟା ବିବାଦୀୟ ଅଂଚଳ ଗସ୍ତ କରିଥିଲେ । ମୁଁ ସେହି ସମୟରେ ଅଯୋଧ୍ୟାର ଏକମାତ୍ର ଫଟୋଗ୍ରାଫର ଥିଲି , ଏବଂ ମନୋହର ଯୋଶୀଙ୍କ ସହ ମୋଦୀଙ୍କ ଏହି ବିରଳ ଫଟୋ ଉଠାଇଥିଲି ।

Leave A Reply

Your email address will not be published.

5 × 5 =