ନକଲି ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ ଠିକାଦାର

ଚନ୍ଦ୍ରଶେଖରପୁର: ଡିଷ୍ଟ୍ରିକ୍ଟ ସେଂଟର ପେଟ୍ରୋଲ ପମ୍ପ ପାଖରେ ରାସ୍ତା ମରାମତି କାମ ଚାଲୁଥିବାବେଳେ ଦୁଇ ଯୁବକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମିଛ ପରିଚୟ ଦେଇ ଠିକାଦାରଙ୍କ ଠାରୁ ନିସ୍ତୁକ ମାଡ ଖାଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଅଂଚଳରେ । କାମ ଚାଲିଥିବା ସମୟରେ ଦୁଇ ଯୁବକ ସେଠାରେ ପହଁଚି ଆଗ ଗୁଡାଏ ଫଟୋ ଉଠାଇଥିଲେ । ନିମ୍ନମାନର କାମ ହୋଇଥିବା ଭୟ ଦେଖାଇ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କଲେ । ଠିକାଦାର ଠକ ମାନଙ୍କ ଚାଲାଖ୍ ବୁଝିପାରି କିଛି କର୍ମଚାରୀଙ୍କ ଜରିଆରେ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକିନେଇ ନିସ୍ତୁକ ପିଟିବା ଆରମ୍ଭ କରିଦେଇଥିଲେ । ସେମାନେ ଭୂଲ୍ ମାଗିବା ପରେ ଠିକାଦାର ତାଙ୍କୁ ଛାଡିଥିଲେ ।

Leave A Reply

Your email address will not be published.

20 − six =