ଭୂମିହୀନ ଚାଷୀ ପାଇଁ ‘ବଳରାମ’ ଯୋଜନା

ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଆଣିଛନ୍ତି ନୂଆ ‘ବଳରାମ’ ଯୋଜନା । ଏଥିରେ ଭୂମିହୀନ ଚାଷୀ ମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି । ୨ ବର୍ଷରେ ୭ ଲକ୍ଷ ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ୭୦ ହଜାର ଗ୍ରୁପ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ରାଜ୍ୟ ସ୍ତରରେ ଇମେଜ୍ ଓ ଜିଲ୍ଲା ସ୍ତରରେ ଆତ୍ମା ସଂସ୍ଥା ‘ବଳରାମ’ ଯୋଜନାକୁ କାର୍ଯ୍ୟକାରୀ କରିବେ । ଛୋଟ ଛୋଟ ସହର, ଗ୍ରମାଂଚଳରେ ଥିବା ବିଭିନ୍ନ ବ୍ୟାଙ୍କ ନିଜ ଅଂଚଳରେ ୧୦ ଟି କୃଷି ସମବାୟ ଗ୍ରୁପ ଋଣ ଯୋଗାଇବାକୁ ଟାର୍ଗେଟ ଦିଆଯାଇଛି । ରାଜ୍ୟରେ ୭୦ ହଜାର ଗ୍ରୁପ କୃଷି ଋଣ ଦିଆଯିବ । ପ୍ରତି ଗ୍ରୁପରେ ୫ଜଣ ଳେଖାଏଁ ଚାଷୀ ରହିବେ ।

Leave A Reply

Your email address will not be published.

ten + 15 =